ଗୋଳନ୍ଥରା ଥାନା ଅଞ୍ଚଳରେ ବଡ଼ ଧରଣର ଚୋରି: ୭ ଭରି ସୁନା,୨୦ ଭରି ରୁପା ଗହଣା ଓ ନଗଦ ୨୫ହଜାର ଟଙ୍କା ଲୁଟ୍

ଗୋଳନ୍ଥରା: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଳନ୍ଥରା ଥାନା ଅନ୍ତର୍ଗତ ଶାସନପଦର ଗ୍ରାମର କୁନା ପାଢୀଙ୍କ ଘରୁ ୭ ଭରି ସୁନା,୨୦ ଭରି ରୁପା ଗହଣା ଓ ନଗଦ ୨୫ ହଜାର ଟଙ୍କା ଟଙ୍କା ଓ କେତୋଟି ମୂଲ୍ୟବାନ ପାଟ ଚୋରି ହୋଇଛି। ଏନେଇ ଶାସନପଦର ଗ୍ରାମର କୁନା ପାଢୀ ଗୋଳନ୍ଥରା ଥାନା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, କୁନା ପାଢୀ ଓ ତାଙ୍କ ପରିବାରର ସଦସ୍ୟମାନେ ରାତିରେ ଯେଉଁ ଘରେ ଶୋଇଥିଲେ ସେହି ଘରେ ହିଁ ଚୋରମାନେ ପଶି ଗଡରେଜ୍ ଭାଙ୍ଗି ୭ ଭରି ସୁନା,୨୦ ଭରି ରୁପା ଗହଣା ଓ ନଗଦ ୨୫ହଜାର ଟଙ୍କା ଓ କେତୋଟି ମୂଲ୍ୟବାନ ପାଟ ଚୋରି କରି ନେଇଛନ୍ତି। ଚୋରମାନେ ଶୋଇଥିବା ଲୋକଙ୍କ ଉପରେ କୌଣସି ସ୍ପ୍ରେ ପକାଇ ଅଚେତ କରିବା ପରେ ଚୋରି କରିଥିବା କୁହାଯାଉଛି। ଚୋରମାନେ ଘରର ପଛ କବାଟ ଭାଙ୍ଗି ଘର ଭିତରେ ପଶିଥିବା ଜଣାଯାଇଛି। ପୁଲିସର ପେଟ୍ରୋଲିଂ ନ ଥିବାରୁ ଗ୍ରାମରେ ଏଭଳି ଚୋରି ହେଉଥିବାର ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର