ସମ୍ବଲପୁର: ସମ୍ବଲପୁରରେ ଏବେ ଚୋରି ବଢ଼ିବାରେ ଲାଗିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍) ପରିସରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କିଛି ଦୁର୍ବୃତ୍ତ ଶୁକ୍ରବାର ଡିଏଚ୍ଏଚ୍ର ଚକ୍ଷୁ ବିଭାଗ ଓ ଡିଆଇସି କୋଠାରେ ଲାଗିଥିବା ଏସିର କପର୍ ତାରକୁ କାଟି ଚୋରି କରିଛନ୍ତି। ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏତେ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ଥାଇ ମଧ୍ୟ ଦୁର୍ବୃତ୍ତମାନେ ଡାକ୍ତରଖାନା ପରିସରରୁ ଏସି ତାର କାଟି ଚୋରି କରି ନେଉଛନ୍ତି। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସେହପରି ଧନୁପାଲି ଥାନା ସର୍ଲାକାନୀରୁ ଏକ ବାଇକ୍ ଚୋରି ହୋଇଛି। ବୁଧବାର ସ୍ବାଧୀନ କୁମାର ପ୍ରଧାନଙ୍କ ବାଇକ୍ଟି ତାଙ୍କ ଘର ନିକଟରୁ ଚୋରି ହୋଇଯାଇଥିଲା। ଖୋଜାଖୋଜି କରି ନପାଇବାରୁ ସେ ଶୁକ୍ରବାର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/11-12.jpg)