ଚମ୍ପୁଆ: ଚମ୍ପୁଆ ଅଞ୍ଚଳରେ ଥିବା ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପରୁ ୮ ଟି ମଟର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଚମ୍ପୁଆ ଉଠାଜଳସେଚନ କାର୍ଯ୍ୟାଳୟ ତରଫରୁ ଚାଷ ଓ ଚାଷର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ନାଳ ଓ ନଦୀରେ ଉଠାଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ସଂପୃକ୍ତ ଗ୍ରାମର ପାଣି ପଞ୍ଚାୟତ କମିଟିକୁ ହସ୍ତାନ୍ତର କରାଯାଇଛି। ପ୍ରକଳ୍ପ ଗୁଡ଼ିକରୁ ପାଣିପମ୍ପ ଧାରା ବାହିକ ଭାବରେ ଚୋରି ହେବା ଦ୍ବାରା ରବି ଫସଲ ବିଶେଷଭାବରେ ପ୍ରଭାବିତ ହୋଇଛି।

Advertisment

ସୂଚନା ଅନୁଯାୟୀ, କାଞ୍ଜି ଆଶୂଳା ଗ୍ରାମରେ ବସା ଯାଇଥିବା ଗୋଟିଏ ମଟର, ରରୁଆଁ ଗୋଡ଼ାରେ ୩ ଟି, କୋଦଗାଡିଆ ଗ୍ରାମରେ ଥିବା ସୋଲାର ସହିତ ମଟର ଏବଂ ଚଉଠିଆ ଗ୍ରାମରେ ଥିବା ୨ ଟି ମଟର ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି। ମଟର ଚୋରି ହେବା ଫଳରେ ରବି ଫସଲ ପ୍ରଭାବିତ ହୋଇଛି। ଅଭିଯୋଗ ଆଧାରରେ ଚମ୍ପୁଆ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଟୁଣୁଟୁନା ଗ୍ରାମରେ ବସା ଯାଇଥିବା ଦୁଇଟି ମଟର ଚୋରି ହୋଇ ଥିବା ବେଳେ ଏ ବାବଦରେ ଚମ୍ପୁଆ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଅନୁସାରେ ଚମ୍ପୁଆ ପୁଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଛି।