ଢେଙ୍କିକୋଟ: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଖଣ୍ଟଘର ଟୋଲ୍ପ୍ଲାଜା ନିକଟରୁ ଗତକାଲି ରାତିରେ ୪ଟି ଟ୍ରକ୍ରୁ ଡିଜେଲ ଚୋରି ହୋଇଛି। ଏନେଇ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି। ଟ୍ରକ୍ ଚାଳକମାନଙ୍କୁ ନିଦ ଲାଗିବାରୁ ସେମାନେ ଟୋଲ୍ପ୍ଲାଜା ନିକଟରେ ଟ୍ରକ୍ ଗୁଡ଼ିକୁ ଠିଆ କରି ଶୋଇପଡ଼ିଥିଲେ। ଟ୍ରକ୍ରୁ ଡିଜେଲ ଚୋରି ହୋଇଥିବା ନେଇ ସକାଳେ ଜଣାପଡ଼ିଥିଲା। ବାରମ୍ବାର ଢେଙ୍କିକୋଟ ଫାଣ୍ଡି ଅଞ୍ଚଳରୁ ଚୋରି ହେଉଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି।
ଟ୍ରକରୁ ଡିଜେଲ ଚୋରି
/sambad/media/post_attachments/wp-content/uploads/2022/09/10-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)