ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ଚୋରି

ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ଚୋରି

ଦଶରଥପୁର : ଗତ ସୋମବାର ବିଳମ୍ବିତ ରାତିରେ ମଙ୍ଗଳପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାରର ଗାୟତ୍ରୀ ଲାଇଟ୍‌ ହାଉସ୍‌ରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିଲା। ଦୋକାନ ମାଲିକ ମଙ୍ଗଳପୁର ଗ୍ରାମର ଅରୁଣ କୁମାର ସାହୁ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏକ ଗୋଡାଉନ ଘରର ସ୍କାଏ ଲାଇଟ୍‌ ଭାଙ୍ଗି ଦୁବୁର୍ତ୍ତମାନେ ବହୁ ସିଲିଂ ଫ୍ୟାନ, ଷ୍ଟାଣ୍ଡ ଫ୍ୟାନ, ଏଲଇଡି ଲାଇଟ୍‌, ଗ୍ରାଇଣ୍ଡର ଆଦି ଚୋରି କରିନେଇଥିଲେ।

publive-image

ମଙ୍ଗଳପୁର ଆଇଆଇସି ରୀନାରାଣୀ ସାହୁ, ଏସ୍‌ଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ୧୨୦/୨୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ବୁଧବାର ଅପରାହ୍ଣରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିଥିଲେ। ଏହି ସମୟରେ ମଙ୍ଗଳପୁର ବଜାରର ଜଣେ ବ୍ୟବସାୟୀଙ୍କ ବାଡ଼ିରେ ଚୋରା ସମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଥିଲା। ସମସ୍ତ ଜିନିଷକୁ ପୁଲିସ ଉଦ୍ଧାର କରି ଥାନାକୁ ଆଣିଥିଲା। ଚୋରମାନଙ୍କ ଉପରେ ପୁଲିସ ନଜର ରଖିଛି ବୋଲି ଆଇଆଇସି ରୀନାରାଣି ସାହୁ ସୂଚନା ଦେଇଛନ୍ତି। ତଦନ୍ତରେ ଏଏସ୍‌ଆଇ ବିକ୍ରମ ରାଉତରାୟ, ଅଭିମନ୍ୟୁ ବେହେରା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe