କଣ୍ଟାବାଞ୍ଜି: ଗତ ଫେବ୍ରୁଆରି ମାସରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ପୁଲିସ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର କରିଥିଲା। ଏହି ମାମଲାରେ ବୁରୋମାଲ ପଞ୍ଚାୟତ ଡଙ୍ଗାମରା ଗାଁର ଗୋଟିଏ ପରିବାରର ଝିଅ, ବୋହୂ ସହ ଦମ୍ପତି ଜେଲ୍ ଯାଇଛନ୍ତି। ସେମାନେ ହେଲେ ଗଣେଶ ବନଛୋର (୫୭ବର୍ଷ), ତାଙ୍କ ପତ୍ନୀ ତୁଳସା ବନଛୋର (୫୦ବର୍ଷ), ଝିଅ ତପସ୍ବିନୀ ବନଛୋର (୨୧ବର୍ଷ) ଓ ବୋହୂ କୁମାରୀ ବନଛୋର(୧୯ବର୍ଷ)। ଘଟଣାର ମୁଖ୍ୟ ଅଭିଯୁକ୍ତ ଗଣେଶଙ୍କ ପୁଅ ସଦାଶିବ ବନଛୋରକୁ ପୁଲିସ ଖୋଜୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ କଣ୍ଟାବାଞ୍ଜି ଅଚଳର କେତେକ ଚୋରି ମାମଲାର ତଦନ୍ତ ଚାଲିଥିଲା। ଗତ ଫେବ୍ରୁଆରି ୨୮ତାରିଖ ଦିନ ଡଙ୍ଗାମରାର ସଦାଶିବର ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘର ଭିତରୁ ପଲଙ୍କ, ସୋଫା, ଡାଇନିଂ ଟେବୁଲ, ଗ୍ୟାସ୍ ସିଲିଣ୍ଡର, କଟର, ଲୁହାଛଡ଼, ଓଜନ ମେସିନ୍, ପାଣି ପାଇପ ଆଦି ୨ଲକ୍ଷରୁ ଅଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର କରିଥିଲା। ଏହି ସବୁ ସାମଗ୍ରୀ ବିଭିନ୍ନ ଦୋକାନ, ଗୋଦାମରୁ ଚୋରି ସଦାଶିବ ଚୋରି କରୁଥିଲା। ଏହାକୁ ଗଣେଶ, ତୁଳସା, ତପସ୍ବିନୀ ଓ କୁମାରୀ ଅନ୍ୟତ୍ର ସ୍ଥାନନ୍ତରଣ କରିବା ସହ ବିକ୍ରି କରୁଥିଲେ। ଏସବୁ ଜାଣିବା ପରେ ପୁଲିସ ସୋମବାର ଉକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଏସ୍ଆଇ ହୀରା ଖାଲକୋ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/jail-1.jpg)