ଭିତରକନିକାରେ ୧୦୩ କୁମ୍ଭୀର ବସା

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀର ୧୦୩ଟି ବସାରେ ଅଣ୍ତା ଦେଇଥିବା ରାଜନଗର ଡିଏଫ୍‌ଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଭିତରକନିକାର କନିକା ରେଂଜ୍‌ରେ ୯୦ଟି, ରାଜନଗର ରେଂଜ୍‌ରେ ୯ଟି, ଗହୀରମଥା ରେଂଜ୍‌ରେ ୨ଟି ଓ ମହାକାଳପଡ଼ା ରେଂଜ୍‌ରେ ୪ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। କନିକା ରେଂଜ୍‌ର ଭିତରକନିକା ଫରେଷ୍ଟ୍‌ବ୍ଲକ, ଡାଙ୍ଗମାଳ ଫରେଷ୍ଟ୍‌ବ୍ଲକର ଗଂଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରୀରେ ଅଧିକ ସଂଖ୍ୟକ କୁମ୍ଭୀର ବସା ଚିହ୍ନଟ ହୋଇଛି। ଗତବର୍ଷ ୧୦୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୦୩ରେ ସୀମିତ ରହିଛି। ଗତବର୍ଷ କନିକା ରେଂଜ୍‌ରେ ୯୧ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ଏ ବର୍ଷ ୯୦ଟି ଓ ଗହୀରମଥା ରେଂଜ୍‌ରେ ଗତବର୍ଷ ଗୋଟିଏ କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ଏଥର ଦୁଇଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ୨୦୧୮ରେ ୧୦୧ଟି, ୨୦୧୭ରେ ୮୦ଟି ଓ ୨୦୧୬ ରେ ୭୫ଟି କୁମ୍ଭୀର ବସା ଚିହ୍ନଟ ହୋଇଥିଲା ବୋଲି ଡିଏଫ୍‌ଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର