ଖାଲି ପଡ଼ିଛି ୭୦୩ ଡାକ୍ତରୀ ପଦବି

ଭୁବନେଶ୍ୱର: ରାଜ୍ୟରେ ୭୦୩ ଡାକ୍ତରୀ ପଦବି ଖାଲି ପଡ଼ିଛି। ରାଜ୍ୟରେ ସମୁଦାୟ ୮୭୫୦ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ଥିବା ବେଳେ ତହିଁରେ ୮୦୪୭ଜଣ ଡାକ୍ତର କାର୍ଯ୍ୟରତ ଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ।

ବିଧାୟକ କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ ଗତ ୩ବର୍ଷରେ ରାଜ୍ୟର ସରକାର ଓ ବେସରକାରୀ ମେଡିକାଲ କଲେଜରୁ ୨୪୨୩ଜଣ ଡାକ୍ତରୀ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୨୦୧୯ ମସିହାରେ ଓପିଏସ୍‌ସି ଦ୍ବାରା ୧୪୦୩, ୨୦୨୦ରେ ୭୬୩ ଓ ୨୦୨୧ରେ ସ୍ବତନ୍ତ୍ର ଡ୍ରାଇଭ୍ ଜରିଆରେ ୮୧ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ୩ବର୍ଷରେ ୨୨୪୭ଜଣ ନିଯୁକ୍ତି ପାଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୯୪ ଡାକ୍ତରୀ ପଦବି ଖାଲି ରହିଛି। ମୟୂରଭଞ୍ଜ ୨୭୬, ସୁନ୍ଦରଗଡ଼ ୨୦୪, କଳାହାଣ୍ଡି ୧୬୧ ଖାଲି ରହିଛି। ଗଜପତି ଜିଲ୍ଲାରେ ସର୍ବନିମ୍ନ ୪୩ଜଣ ଡାକ୍ତର ପଦବି ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର