ଭୁବନେଶ୍ୱର: ଓଡ଼ିଶାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ରାଜ୍ୟ ଅତିଥିଭବନରେ ସମୀକ୍ଷା କରିଛନ୍ତି। ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ବିଭାଗ, ଜଙ୍ଗଲ ବିଭାଗ, କାର୍ଯ୍ୟନିର୍ବାହୀ ଏଜେନ୍ସି, ଏଚସିଏଲ, ଇପିଆଇଏଲର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଓଡ଼ିଆ ଓ ଜନଜାତିଙ୍କ ହିତ ଲାଗି ବିଭିନ୍ନ ଯୋଜନା କରୁଛନ୍ତି। ୨୦୨୪ ସୁଦ୍ଧା ବନବାସୀ ପିଲାଙ୍କ ଲାଗି କେନ୍ଦ୍ର ସରକାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଖୁବଶୀଘ୍ର ସଫଳ ହେବ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ସର୍ବାଧିକ ୮୭ଟି ଏକଲବ୍ୟ ସ୍କୁଲ ନିର୍ମାଣ ପାଇଁ ମଞ୍ଜୁରି ମିଳିଛି। ଏଥିସହ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ଟି ଏକଲବ୍ୟ ସ୍କୁଲର ଭୂମି ପୂଜନ ସରିଛି, ଯାହାକି ଦେଶରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହିସାବରେ ପ୍ରଥମ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଓଡ଼ିଶାରେ ୪୫ଟି ଏକଲବ୍ୟ ସ୍କୁଲର ଭୂମିପୂଜନ ସରିଛି। କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଆଜି ଜଙ୍ଗଲ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ କଥା ହୋଇଛନ୍ତି। ରାଜ୍ୟ ସରକାର ଯଥାଶୀଘ୍ର ଏକଲବ୍ୟ ସ୍କୁଲ ପାଇଁ ଜମି ଯୋଗାଇ ଦେବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଟୁଡୁ କହିଛନ୍ତି।
ଓଡ଼ିଶାରେ ୮୭ ଏକଲବ୍ୟ ମଡେଲ ସ୍କୁଲ
/sambad/media/post_attachments/wp-content/uploads/2022/06/hfh4s6h54hfs654h65fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)