ଭୁବନେଶ୍ବର : ଓଡ଼ିଶାରେ କୌଣସି ଅବକ୍ଷୟମୁଖୀ ଆଦିମ ଜନଜାତି ଚିହ୍ନଟ ହୋଇନାହାନ୍ତି କି ସେମାନଙ୍କ ବିକାଶ ପାଇଁ କୌଣସି ସ୍ବତନ୍ତ୍ର ବିକାଶ ସଂସ୍ଥା ଗଠନ କରାଯାଇନାହିଁ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାରକା ଏହି ସୂଚନା ଦେଇଛନ୍ତି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରୁ ଓଡ଼ିଶାର ୯ଗୋଟି ଅନୁସୂଚିତ ଜନଜାତି ବହୁଳ ଜିଲ୍ଲାରେ ଜନଜାତିମାନଙ୍କ ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟ ସଂରକ୍ଷଣ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇ କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/tribals.jpg)