ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରୋ ଯୋଗ ଦେଇଛନ୍ତି। ଏହାକୁ ନେଇ ବିଜେଡି ପକ୍ଷରୁ ପ୍ରତାପ ଜେନା ମନ୍ତବ୍ୟ ଦେଇଥିଲେ। ପ୍ରତାପଙ୍କ ମନ୍ତବ୍ୟ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇ ବିଜେଡିକୁ କଟାକ୍ଷ କରିଛନ୍ତି।.
ଜୟନାରାୟଣ କହିଛନ୍ତି, ଓଡ଼ିଶାରେ ଆଉ ଘୋଡ଼ା ନାହିଁ। ତେଣୁ ଆମେ ଘୋଡ଼ା ବେପାର କରିବୁ କେମିତି`। ସେ ଏଭଳି ମନ୍ତବ୍ୟ ଦେଇ ବିଜେଡିକୁ କଟାକ୍ଷ କରିଛନ୍ତି।
ଆମ ପାଖରେ ପ୍ରାର୍ଥୀ ନାହିଁ ବୋଲି ସେମାନେ କହିଛନ୍ତି କିନ୍ତୁ ତାଙ୍କ ପାଖରେ ପ୍ରାର୍ଥୀ କିଏ ବୋଲି ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ, ବିଜେପିରେ ଜୟଙ୍କ ଯୋଗଦେବା ନେଇ ପ୍ରତାପ କହିଥିଲେ, ଜୟ କହିଥିଲେ ନବୀନ ମୋ ନେତା। ହେଲେ ବିଜେପିରେ ମିଶିଲେ। ଏହାର କୌଣସି ପ୍ରଭାବ ନିର୍ବାଚନରେ ପଡ଼ିବ ନାହିଁ। ଜୟଙ୍କ ମୁଖା ଖୋଲିଗଲା।
ବିଜେପି ଦଳର ଘୋଡ଼ା ବେପାରରେ ସେ ସାମିଲ ହୋଇଗଲେ। ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକ କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ। ରାଜେନ୍ଦ୍ର ଢୋଲକିଆଙ୍କ ଆତ୍ମା କେବେ ଜୟଙ୍କୁ କ୍ଷମା ଦେବନି।
ବିଜେପିରେ ଜୟଙ୍କର ଏ ମିଶ୍ରଣ ଲୋକଙ୍କ ଦ୍ୱାରା ନାପସନ୍ଦ ହୋଇଛି। ଜୟ ପ୍ରକୃତରେ ଯଦି ରାଜେନ୍ଦ୍ରଙ୍କ ନିଜ ପୁଅ ହେଇ ଥାଆନ୍ତେ ସେ ବିଜେପିରେ ମିଶି ନଥାନ୍ତେ। ଜୟ ଢୋଲକିଆ ପୋଷ୍ୟ ପୁଅ ଯୋଗୁ ବିଜେପିକୁ ଗଲେ। ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ଜୟ ଢୋଲକିଆଙ୍କ ଦେହରେ ନାହିଁ ବୋଲି ସେ କହିଥିଲେ।