ଫିରିଙ୍ଗିଆ : ଖୁଣ୍ଟ ଅଛି, ବିଜୁଳି ନାହିଁ, ଏବେ ବି ଡିବିରି ଆଲୁଅ ଭରସା

ଫିରିଙ୍ଗିଆ : ଗ୍ରାମରେ ବିଦ୍ୟୁତ ଖୁଣ୍ଟ ଅଛି। ହେଲେ ଗ୍ରାମବାସୀଙ୍କୁ ବିଦ୍ୟୁତ ଯୋଗାଣ ହୋଇପାରିନି। ଅନ୍ଧାରରୁ ମୁକୁଳିବା ପାଇଁ ସେହି ଡିବିରି ଆଲୁଆ ଏବେ ବି ଭରସା ହୋଇଛି। ଫିରିଙ୍ଗିଆ ବ୍ଳକ ଉପରପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ପାଦରିପଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତ ୭ ବର୍ଷ ପୂର୍ବେ ବାରମ୍ବାର ଦାବି ପରେ ଗାଁ ନିକଟ ପର୍ଯ୍ୟନ୍ତ ଖୁଣ୍ଟ ପୋତାହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ତାର ସଂଯୋଗ ହୋଇନାହିଁ । ଫଳରେ ଏଠାକାର ଲୋକମାନେ ଡିବିରି ଆଲୁଅରେ ହିଁ ଚଳୁଛନ୍ତି। ଗାଁରେ ବସବାସ କରୁଥିବା ୭ ପରିବାର ବିପିଏଲ ବର୍ଗର। ଗାଁରେ ଖୁଣ୍ଟ ପୋତା ଯିବା ପରେ ସେମାନଙ୍କ ମନରେ ଉତ୍ସାହ ଭରିଥିଲା। ଗ୍ରାମରୁ ଅନ୍ଧାର ହଟିଯିବ ବୋଲି ଅଶାବ୍ୟକ୍ତ କରିଥିଲେ। ହେଲେ ତାର ମଧ୍ୟ ଟଣା ଯାଇନଥିବାରୁ କାରଣରୁ ଗ୍ରାମର ଡାଗିରି କହଁର ଓ ମାସୁର କହଁର ତାର ଲଗାଇ ବହୁ ଦୂରରୁ ନିଜ ଘରକୁ ବିଜୁଳି ସଂଯୋଗ ନେଇ ଥିଲେ। କିନ୍ତୁ ଗାଁ ଥିବା ଆଉ ୬ ଘର କୌଣସି ପ୍ରକାର କାର୍ଯ୍ୟ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଯେଉଁ ୨ ପରିବାର ନିଜ ଖର୍ଚ୍ଚ ରେ ବହୁ ଦୂରରୁ ତାର ଟାଣି ବିଦ୍ୟୁତ ଆଣି ଥିଲେ ସେଥିପାଇଁ ତାଙ୍କ ପାଖରେ ବିଲ୍ ମଧ୍ୟ ପହଞ୍ଚିଛି। କିନ୍ତୁ ବହୁ ଦୂରରୁ ବିଦ୍ୟୁତ ତାର ଟାଣି ବିଦ୍ୟୁତ ଆଣିଥିଲେ ତାହା ବେଶି ଦିନ ତିଷ୍ଠି ପାରିନଥିଲା। କେବଳ ଫିରିଙ୍ଗିଆ ବ୍ଲକ୍‌ର ପଦେରିପଡା ନୁହେଁ, ଏଭଳି ଅନେକ ଛୋଟଛୋଟ ଗାଁ ରେ ଏହି ଭଳି ଅସୁବିଧା ଲାଗି ରହିଥିବା ଦେଖିବାକୁ ମିଳୁଛି। କେତେକ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପୋତାଯାଇ ଟ୍ରାନ୍‌ସଫର୍ମର ବସାଇବା ସହ ପ୍ରତ୍ୟେକ ଘରେ ମିଟର ମଧ୍ୟ ଲାଗିଛି। କିନ୍ତୁ ବର୍ଷ ବର୍ଷ ଧରି ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ମିଳି ପାରିନାହିଁ। ବିଭାଗୀୟ ଅବହେଳା ପାଇଁ ବିଦ୍ୟୁତ ଚାର୍ଜ କରାଯାଇନଥିଲେ ମଧ୍ୟ ହିତାଧିକାରୀଙ୍କ ପାଖକୁ ମାସକୁ ବିଲ୍ ଆସୁଥିବା ଅଭିଯୋଗ ମଧ୍ୟ ନଜରକୁ ରହିଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

 

ସମ୍ବନ୍ଧିତ ଖବର