ଭୁବନେଶ୍ବର: ଆଗାମୀ ଏଏଫସି ମହିଳା ଏସିଆ କପ୍ ୨୦୨୨ ପାଇଁ ଘୋଷଣା ହୋଇଥିବା ସିନିଅର ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ ସ୍ଥାନ ପାଇଛନ୍ତି। ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ହେଲେ ପ୍ୟାରୀ ଜାଜା ଏବଂ ମନୀଷା ପାନା। ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବାକୁ ଭାରତୀୟ ସିନିଅର ମହିଳା ଫୁଟବଲ ଦଳ ୟୁଏଇ ଏବଂ ବାହାରିନ ଯାତ୍ରା କରିବ।
ଏହି ଅଭ୍ୟାସ ମ୍ୟାଚଗୁଡ଼ିକ ଚଳିତ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୧୪ ତାରିଖ ଯାଏ ଅନୁଷ୍ଠିତ ହେବ। ଦଳରେ ସ୍ଥାନ ପାଇଥିବା ଦୁଇ ଖେଳାଳିଙ୍କୁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/13934cdc-7226-4799-afa1-d4fbc2c3015b.jpg)