ରଙ୍ଗିଲା ବାବୁଙ୍କୁ ନେଇ ଚର୍ଚ୍ଚା ଜୋର୍‌ଦାର୍

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ଜଣେ ସରକାରୀ ଅଧିକାରୀ ନିଜ କନ୍ୟା ବୟସର ଝିଅକୁ ଏକପାଖିଆ ପ୍ରେମ ନିବେଦନ କରୁଥିବା ଅଡିଓ ଭାଇରାଲ ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବାପରେ ଚର୍ଚ୍ଚାର ବିଷୟ ପାଲଟିଛି। ତୁରନ୍ତ ଏହି ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ପୂର୍ବରୁ ମଧ୍ୟ ଏହି ଘଟଣାରେ ପଡ଼ାବାସୀ ରଙ୍ଗିଲା ବାବୁଙ୍କ ବିରୋଧରେ ସମ୍ବଲପୁର ଏଏଫଓଙ୍କ ନିକଟରେ ଅଭିଯୋଗ କରିଥିଲେ। ସେତେବେଳେ ଏଏଫଓ ଏହାର ତଦନ୍ତ କରିଥିଲେ ମଧ୍ୟ ଘଟଣାକୁ ଚପାଇ ଦିଆଯାଇ ଥିବା  ଅଭିଯୋଗ ହୋଇଥିଲା। ତେଣୁ ବର୍ତ୍ତମାନ ଏହି ଅଡିଓ ଭାଇରାଲ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର