ଖୋର୍ଦ୍ଧା: ପୃଥିବୀ ଓ ପରିବେଶ ଏବେ ବିନାଶମୁହାଁ। ଖରା ଦିନେ ତାତି ଅସହ୍ୟ। ଶୀତ ଦିନେ ଥଣ୍ଡା ନାହିଁ। ଏମିତି ସ୍ଥିତିରେ ଆମକୁ ପରିବେଶର ଧ୍ୟାନ ଦେବାକୁ ପଡ଼ିବ। ଯାହାର କୌଣସି ବିକଳ୍ପ ନାହିଁ, ତାକୁ ସୁରକ୍ଷିତ ରଖିବା ପାଇଁ ଆମକୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ। ଆଜି ଖୋର୍ଦ୍ଧା ସହର ଶ୍ରୀରାମ ନଗରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଏହା କହିଛନ୍ତି।
ଆଜିର ବୈଠକରେ ବିଧାୟକ ପରିବେଶ ସୁରକ୍ଷା ନେଇ ଆଗ୍ରହ ହ୍ରାସ ପାଇବା କଥାରେ ଚିନ୍ତା ପ୍ରକଟ କରିବା ସହିତ ଖୋର୍ଦ୍ଧାର ବିକାଶ ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ବିକାଶ ମାନଚିତ୍ରରେ ଖୋର୍ଦ୍ଧାକୁ ଏକ ନମ୍ବର କରିବା ପାଇଁ ଆମକୁ ବହୁ କିଛି କରିବାକୁ ବାକି ଅଛି। ତା’ ଭିତରେ ସାମାଜିକ ଭିତ୍ତିଭୂମି ସଜାଡ଼ିବାଠୁ ଆରମ୍ଭ କରି ଆର୍ଥିକ ବିକାଶ ଯୋଡ଼ିହୋଇଛି। ଆର୍ଥିକ କରିଡ଼ରକୁ ମଧ୍ୟ ସଶକ୍ତ ଓ ମଜବୁତ କରିବାକୁ ପଡ଼ିବ। ଏ ସବୁ ମଧ୍ୟ ଆମମାନଙ୍କ ପାଇଁ ଅପରିହାର୍ଯ୍ୟ। କହିବାକୁ ଗଲେ, ଉଭୟ ବିକାଶ ଓ ପରିବେଶ ଆମ ପାଇଁ ନିହାତି ଆବଶ୍ୟକ। ତେଣୁ ଉଭୟକୁ ସମଗୁରୁତ୍ବ ଦେଇ କିଭଳି ପରିବେଶ ସୁରକ୍ଷା ଯୁକ୍ତ ବିକାଶକୁ ଆଗେଇ ନିଆଯିବ। ବିଶେଷତଃ ବେଗୁନିଆ-ବୋଲଗଡ଼ ଇଲାକାରେ ଜଳାଭାବର ସମସ୍ୟା ଯେମିତି ନ ଉପୁଜିବ, ଚିଲିକାକୂଳ ଅଞ୍ଚଳ ଯେମିତି ପାଣିରେ ବୁଡ଼ିବା ଭଳି ପରିସ୍ଥିତି ନ ଉପୁଜିବ, ସେନେଇ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି ବୋଲି ବିଧାୟକ ଶ୍ରୀ ଜଗଦ୍ଦେବ ମତ ଦେଇଛନ୍ତି। ଏହି ଅବସରରେ ଜିଲ୍ଲା ପାଇଁ ବରଦାନ ନୀଳାମ୍ବୁ ଚିଲିକା ଓ ବରୁଣେଇ ପାହାଡ଼ ବିଷୟରେ ଆଲୋଚନା କରି ବିଧାୟକ କହିଛନ୍ତି, ଆମମାନଙ୍କ ପାଇଁ ଏହା ପ୍ରକୃତିର ବଡ଼ ଉପହାର। ଏହାର ସୁରକ୍ଷା ଆମମାନଙ୍କର ସମସ୍ତଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ। କେବଳ ଯେ ପ୍ରଶାସନିକ ବିଧି ବ୍ୟବସ୍ଥା ଦ୍ବାରା ପ୍ରକୃତି ଓ ପରିବେଶର ସୁରକ୍ଷା କରାଯାଇପାରିବ ତାହା ନୁହେଁ, ଏ ଦିଗରେ ନାଗରିକ ସମାଜ ମଧ୍ୟ ଆଗେଇ ଆସିବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ଭୁବନେଶ୍ବର ସାଂସଦଙ୍କର ଖୋର୍ଦ୍ଧା ପୌରପାଳିକା ପ୍ରତିନିଧି ତଥା ଯୁବନେତା ଦିଲୀପ ହୋତା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପ୍ରକୃତିର ଆବଶ୍ୟକତା ଓ ତା'ର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ୫ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର ଦେବ ରଥ, ଶିବ ମୁନି, ଦୁର୍ଯ୍ୟୋଧନ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।
ପରିବେଶ ଓ ବିକାଶ ମଧ୍ୟରେ ସମନ୍ବୟ ଲୋଡ଼ା: ପ୍ରଶାନ୍ତ ଜଗଦ୍ଦେବ
ପୃଥିବୀ ଓ ପରିବେଶ ଏବେ ବିନାଶମୁହାଁ। ଖରା ଦିନେ ତାତି ଅସହ୍ୟ। ଶୀତ ଦିନେ ଥଣ୍ଡା ନାହିଁ। ଏମିତି ସ୍ଥିତିରେ ଆମକୁ ପରିବେଶର ଧ୍ୟାନ ଦେବାକୁ ପଡ଼ିବ। ଯାହାର କୌଣସି ବିକଳ୍ପ ନାହିଁ, ତାକୁ ସୁରକ୍ଷିତ.......
/sambad/media/media_files/2025/08/21/untitled-11-2025-08-21-06-29-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)