ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବର୍ତ୍ତମାନ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଉପର ମହାନଦୀର ଚମ୍ପା ଓ ଘୋରାରୀ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ କୌଣସି ନଦୀରେ ଅଧିକ ବର୍ଷା ହୋଇନାହିଁ। ଉପର ବ୍ରାହ୍ମଣୀରେ ବର୍ଷା ଅଧିକ ହୋଇନାହିଁ। ତଳ ବ୍ରହ୍ମଣୀରେ ୧୦୦ ମିଲିମିଟରରୁ ୨୯୩ ମିଲିମିଟର ବର୍ଷା ହୋଇଛି। ବୈତରଣୀରେ ପ୍ରବଳ ବର୍ଷା ହୋଇଛି। ବଂଶଧରରେ ବର୍ଷା ନାହିଁ।

Advertisment

ମହାନଦୀର ନରାଜରେ ୨୬.୪ ମିଟର ବିପଦ ସଂକେତ ଥିବା ବେଳେ ଜଳସ୍ତର ୨୩.୩ ମିଟର ରହିଛି। ପାନପୋଷ ୫ ମିଟର ତଳେ ରହିଛି ଜଳସ୍ତର। ଜେନାପୁରରେ ବିପଦ ସଂକେତ ତଳେ ରହିଛି। ବୈତରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ରହିଛି। ଅଧିକ ବର୍ଷା ଉପର ମୁଣ୍ଡରେ ନଥିବାରୁ କମିଛି। ଜଳକାରେ ବିପଦ ସଂକେତର ୧ ମିଟର ଉପରେ ରହିଛି ଜଳସ୍ତର। ଅଫିସର ସଜାଗ ଅଛନ୍ତି। ମହାନଦୀରେ ଦିନ ୧୨ ସୁଦ୍ଧା ବରମୂଳ ଠାରେ ୪ ଲକ୍ଷ ୩୬ କ୍ୟୁସେକ, ମୁଣ୍ଡଳୀରେ ୩ ଲକ୍ଷ ୨୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଖାଇରମାଳରେ ୨ ଲକ୍ଷ ୪୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୋଟ ୪୪ଟି ମାଧ୍ୟମ ଜଳଭଣ୍ଡାରରୁ ୧୧ଟିରେ ଜଳଧାରଣ କ୍ଷମତାର ୫୦-୭୫ ପ୍ରତିଶତ ଭିତରେ ଜଳ ରହିଛି । ୧୧ ଟିରେ ୧୦୦ ପ୍ରତିଶତ ଅଛି ରହିଛି ସେ ସାବୁଥିରେ ଗେଟ ଖୋଲା ରହିଛି।

୨୨ଟି ଜଳଭଣ୍ଡାରରେ ଜଳଧାରଣ କ୍ଷମତାର ୫୦ ପ୍ରତିଶତ ତଳକୁ ଅଛି। ହୀରାକୁଦରେ ୮୫-୮୬ ପ୍ରତିଶତ ଜଳ ଅଛି। ୬୨୬.୫ ମିଟର ଜଳ ରହିଛି। ୨ ଲକ୍ଷ କ୍ୟୁସେକ ଜଳ ପଶିବ ବୋଲି ଆକଳନ। ବର୍ତ୍ତମାନ ୧ ଲକ୍ଷ ୯୫ ହଜାର ପଶୁଛି। ଉପରମୁଣ୍ଡରେ ଅଧିକ ବର୍ଷା ଆଶଙ୍କା ଥିବାରୁ ସନ୍ଧ୍ୟା ସୁଦ୍ଧା ୬ ଗେଟ ଖୋଲିବ। ଉପର ମୁଣ୍ଡରେ ପଶିଲେ ନିୟନ୍ତ୍ରଣ କରାଯିବ। ୩ଟାରୁ ସାଢ଼େ ୩ଟା ଭିତରେ ସାଇରନ୍ ଦେଇ ୫ ଟା ପୂର୍ବରୁ ଖୋଲାଯିବ। ରେଙ୍ଗାଲିରେ ୧୨୨ ମିଟର ରହିଛି, ଯାହାକି ଜଳଧାରଣରେ ୮୫ ପ୍ରତିଶତ ଅଛି। କେନାଲ ଓ ଡ୍ରେନରେ ପାଣି ଜମୁଛି ସ୍ଥାନୀୟ ବର୍ଷା ପାଇଁ। ପ୍ୟାଟ୍ରୋଲିଂ ଚାଲିଛି। ବର୍ତ୍ତମାନ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ବର୍ଷା ଯୋଗୁଁ କିଛି ସ୍ଥାନରେ ଫ୍ଲାସ ଫ୍ଲାଡ୍ ହୋଇପାରେ।