ବରଗଡ଼: ବରଗଡ଼ ପୁରୁଣା ମୁଖ୍ୟ ଡାକ୍ତରଖାନାରେ ଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ବନ୍ଦ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତ୍ୟେକ ଦିନ ଏଠାରେ ଅସ୍ବାଭାବିକ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ ହୋଇଥାଏ। କିନ୍ତୁ ସହରରୁ ଏହାକୁ ଅନ୍ୟତ୍ର ଦୂରଦୁରନ୍ତରକୁ ସ୍ଥାନାନ୍ତର କରିବା ଏକ ଭୁଲ ନିଷ୍ପତ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି।
୧୨ କିଲୋମିଟର ଦୂରକୁ ବ୍ୟବଚ୍ଛେଦ ପାଇଁ ଯିବା ଓ ସରକାରଙ୍କ ଶବ ବୁହା ଗାଡ଼ି ନଥିବାରୁ ପୁଣି ଖର୍ଚ୍ଚ।ନ୍ତ ହେବା ଲୋକଙ୍କୁ ଆହୁରି ଅସୁବିଧାରେ ପକେଇବ ବୋଲି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି। ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/10-18.jpg)