ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ହ୍ରାସ ନେଇ ତଥ୍ୟ ନାହିଁ

ଭୁବନେଶ୍ବର : ପଡ଼ୋଶୀ ରାଜ୍ୟଙ୍କ ଅସହଯୋଗ ତଥା ଅନ୍ୟାନ୍ୟ କାରଣରୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ହ୍ରାସ ପାଇଥିବାର ତଥ୍ୟ ବିଭାଗ ପାଖରେ ନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ସୂଚନା ଦେଇଛନ୍ତି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନ : ପଡ଼ୋଶୀ ରାଜ୍ୟଙ୍କ ଅସହଯୋଗ ତଥା ଅନ୍ୟାନ୍ୟ କାରଣରୁ ବିଛିନ୍ନ‌ାଞ୍ଚଳରେ ଓଡ଼ିଆ ଭାଷାଭା‌ଷୀଙ୍କ ସଂଖ୍ୟା କେତେ ହ୍ରାସ ପାଇଛି, ସରକାର ଅନୁଧ୍ୟାନ କଲେଣି କି? ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର