ପୁରୀ: ଶ୍ରୀମନ୍ଦିରରେ ଫୁଲର ଅଭାବ ଦେଖା ଦେଇଥିବା ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ପାଖରେ ପ୍ରତ୍ୟେକ ଦିନ କୁଢ କୁଢ ସୁବାସିତ ଫୁଲ ଲାଗି ହୋଇଥାଏ । ହେଲେ ଏବେ ଶ୍ରୀଜଗନ୍ନାଥଙ୍କ ପାଇଁ ଫୁଲର ଅଭାବ ହେଉଥିବା ଅଭିଯୋଗ ହୋଇଛି ।
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବାସି ଫୁଲ ଲାଗି କରାଯାଉଥିବା ଅଭିଯୋଗ ହୋଇଛି । ତାଜା ଫୁଲ ବଦଳରେ ଫ୍ରିଜରେ ଗଚ୍ଛିତ କରି ରଖାଯାଉଥିବା ଫୁଲକୁ ଲାଗି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଉଛି । ଯାହା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ବୃଦ୍ଧି କରିଛି ।
ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ଏଭଳି ଅଭିଯୋଗ ଆଣିଛନ୍ତି । ଏଦିଗରେ କୌଣସି ପଦକ୍ଷେପ ନିଆ ନ ଗଲେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ଚେତାବନୀ ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/6-3.jpg)