ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ବ‌ର୍ଷା ଜାରି ରହିଥିବା ବେଳେ ଆସନ୍ତାକାଲିଠାରୁ ଏଥିରେ ବିରାମ ଲାଗିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଏବେ ରାଜ୍ୟ ଉପରେ ସେମିତି କିଛି ଟ୍ରଫ୍‌ଲାଇନ୍‌ ନାହିଁ। ଫଳରେ ବଡ଼ ଓ ଭଲ ବର୍ଷା ହେବାର ସମ୍ଭାବନା ବିଶେଷ ନାହିଁ। ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର କିଛି କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହୋଇପାରେ। ଆସନ୍ତାକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାକୁ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି। ଏହାପରେ ରାଜ୍ୟରେ ବର୍ଷା ପରିମାଣ କମିବ ଓ ବିକ୍ଷିପ୍ତ ବର୍ଷା ହେବ।