ବ୍ରହ୍ମପୁର : ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ୧୨ମିନିଟ୍‌ରେ ବ୍ରହ୍ମପୁର ଷ୍ଟେସନ୍‌ରେ ଯଶୋବନ୍ତପୁର-ହାୱଡ଼ା ଟ୍ରେନ୍‌ ଛାଡ଼ିଥିଲା। ଏହି ଟ୍ରେନ୍‌ରେ ବ୍ରହ୍ମପୁର ଷ୍ଟେସନ୍‌ରୁ ଭୁବନେଶ୍ବର, ଯାଜପୁର ଓ ହାୱଡ଼ା ଯିବାପାଇଁ ଯାତ୍ରୀ ଚଢ଼ିଥିଲେ। ବ୍ରହ୍ମପୁର ଷ୍ଟେସନ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଟ୍ରେନ୍‌ରେ ମୋଟ ୨୬ଜଣ ଯାତ୍ରୀ ହାୱଡ଼ା ଯିବାପାଇଁ ସ୍ଲିପର୍‌ ଓ ଏସି କୋଚ୍‌ରେ ବର୍ଥ ବୁକିଂ କରିଥିଲେ। ସେହିପରି ସାଧାରଣ ବଗିରେ ମଧ୍ୟ କିଛି ଯାତ୍ରୀ ଯାଇଥିଲେ।

Advertisment

ଅନ୍ୟପଟେ ଗତକାଲି ହାୱଡ଼ା ପଟୁ ଆସୁଥିବା କରମଣ୍ଡଳ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ରେ ହାୱଡ଼ାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ମୋଟ ୨୯ଜଣ ଯାତ୍ରୀ ସ୍ଲିପର୍‌ ଓ ଏସିରେ ଟିକଟ କରିଥିବା ସୂଚନା ମିଳିଛି। କିନ୍ତୁ, ସଂଧ୍ୟାରେ ବାହାନଗା ‌ରେଳଷ୍ଟେସନ୍‌ ନିକଟରେ ଏହି ଦୁଇଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯଶୋବନ୍ତପୁର ଟ୍ରେନ୍‌ରେ ଯାଉଥିବା ଯାତ୍ରୀ ହାୱାଡ଼ା ଅଭିମୁଖେ ଯାଉଥିବାରୁ ସେମାନେ ବାହାନଗାରୁ ତାଙ୍କର ଗସ୍ତବ୍ୟସ୍ଥଳକୁ ଯାଇଥିବା କୁହାଯାଉଛି। କିନ୍ତୁ, କରମଣ୍ଡଳରେ ଥିବା ୨୯ଜଣ ଯାତ୍ରୀଙ୍କ ସମ୍ପର୍କରେ ରେଳଷ୍ଟେସନ୍‌ ହେଲପ୍‌ ଡେସ୍କରେ କୌଣସି ସୂଚନା ନାହିଁ।