ଭୁବନେଶ୍ବର: ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ବିଭାଗ ସତର୍କ ଅଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଆଶଙ୍କା ଥିବା ସ୍ଥାନରେ ଇଞ୍ଜିନିୟରମାନେ ଘାଇ ଉପରେ ନଜର ରଖିଛନ୍ତି। ଜଳକା ଯୋଗୁ ତଳମୁଣ୍ଡରେ ୪ ଟି ଘାଇ ହୋଇଛି। ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ। ସମସ୍ତ ଆବଶ୍ୟକୀୟ ଉପକରଣ ମହଜୁଦ ରହିଛି। ଉପର ମୁଣ୍ଡରେ ବର୍ଷା ଅଳ୍ପ ଅଳ୍ପ ହେଉଛି। ମାତ୍ର ବର୍ତ୍ତମାନ ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ରହିଛି। ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ପର୍ଯ୍ୟନ୍ତ ଛୁଇଁ ପାରେ। ତଥାପି ସେମିତି କିଛି ଅସୁବିଧା ହେବାର ନାହିଁ। ମହନଦୀ ଅଵ ବାହିକାରେ ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ।
ହୀରାକୁଦର ଗେଟଗୁଡ଼ିକ ନିୟମ ମୁତାବକ ଖୋଲା ଯାଉଛି। ଜଳସ୍ତରକୁ ଦେଖି ଇଞ୍ଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ୍ ଖୋଲୁଛନ୍ତି ବନ୍ଦ କରୁଛନ୍ତି, କେବେ ବି ୩ ରୁ ୪ ଘଣ୍ଟା ଭିତରେ ଗେଟ୍ ଖୋଲା ଯାଇ ବନ୍ଦ କରାଯାଉନି।
ହୀରାକୁଦ ସ୍ଥିତି ବର୍ତ୍ତମାନ ଠିକ ଅଛି। ଉପର ମୁଣ୍ଡରେ ଏବେ ବର୍ଷା ନାହିଁ, କିନ୍ତୁ ପୂର୍ବାନୁମାନ ହୋଇଛି, ଏତେ ଆଗରୁ କିଛି କହି ହେବ ନାହିଁ । ତଳ ମୁଣ୍ଡରେ ବନ୍ୟାର ଆଶଙ୍କା ନାହିଁ। ହୀରାକୁଦ ପଟୁ ବନ୍ୟାର କୌଣସି ଆଶଙ୍କା ନାହିଁ। ବନ୍ଧ ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ଆମେ ସତର୍କ ଅଛୁ।
ହୀରାକୁଦ ପଟୁ ବନ୍ୟାର କୌଣସି ଆଶଙ୍କା ନାହିଁ: ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ
/sambad/media/post_attachments/wp-content/uploads/2021/09/Untitled-14.png)