ସେମିଷ୍ଟର ପରୀକ୍ଷାର ଉତ୍ତର ଖାତା ଅଭାବ ନାହିଁ: ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଡିଗ୍ରି କଲେଜର ଯୁକ୍ତ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୪ର୍ଥ ‌ସେମିଷ୍ଟର ପରୀକ୍ଷା ଚାଲିଥିବା ବେଳେ ଉତ୍ତର ଖାତା ଅଭାବ ନେଇ ଏକ ଖବର ସାମ୍ନାକୁ ଆସିଛି। ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝୀ ଗତ ୨୩ ତାରିଖରେ କଲେଜ ଅଧ୍ୟକ୍ଷଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପର୍ଯ୍ୟାପ୍ତ ଉତ୍ତର ଖାତା ନ ଥିବାରୁ କିଛି କଲେଜରେ ପରୀକ୍ଷା ପରିଚାଳନାରେ ଉତ୍ତର ଖାତା ଅଭାବ ପରିଲକ୍ଷିତ ହୋଇଛି। କଲେଜର ଆବଶ୍ୟକତା ଅନୁଯାୟୀ ସେପ୍ଟେମ୍ବର ୨୮ ଠାରୁ ଉତ୍ତର ଖାତା ଯୋଗାଇ ଦିଆଯିବ। ତେଣୁ ଯଦି କୌଣସି କଲେଜ ପାଖରେ ଖାତା ନାହିଁ କିମ୍ବା ଖାତା ନେବାକୁ ଆସି ପାରୁନାହାନ୍ତି ତେବେ ପାଖ କଲେଜରୁ ଖାତା ନେଇ ବ୍ୟବହାର କରିପାରିବେ। କଲେଜଗୁଡ଼ିକ ପରସ୍ପର ମଧ୍ୟରେ ସହଯୋଗ କରିବାକୁ ସେ ଚିଠିରେ କହିଛନ୍ତି।

ଏଭଳି ଚିଠିକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ମାଝୀ ଆଜି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହା ଏକ ନିୟମିତ ଚିଠି। ପରୀକ୍ଷା ପାଇଁ ମହାବିଦ୍ୟାଳୟଗୁଡ଼ିକରେ ଯଥେଷ୍ଟ ଉତ୍ତର ଖାତା ରହିଛି କି ନାହିଁ ବୋଲି ଅଧ୍ୟକ୍ଷଙ୍କଠାରୁ ମତାମତ ଲୋଡ଼ା‌ ଯାଇଥିଲା। ଏଥିରେ ଖାତାର ଅଭାବକୁ ଦର୍ଶାଯାଇ ନାହିଁ। ମହାବିଦ୍ୟାଳୟ କର୍ତୃପକ୍ଷ, ଅଭିଭାବକ ଓ ଛାତ୍ରଛାତ୍ରୀ ଏଭଳି ବିଭ୍ରାନ୍ତିକର ଆଲୋଚନାକୁ ବିଶ୍ବାସ ନ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର