ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ଦିଲ୍ଲୀପ ବେହେରାଙ୍କୁ ପୁଣିଥରେ ନିଯୁକ୍ତି ଦିଆଯାଇଛି ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏ ସଂପର୍କରେ ପିସିସି ପକ୍ଷରୁ ଜାରି ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଏହି ପ୍ରକାଶିତ ଖବରର କୌଣସି ସତ୍ୟତା ନାହିଁ। ପିସିସି ବା ଏଆଇସିସି ପକ୍ଷରୁ କୌଣସି ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଇତି ମଧ୍ୟରେ ପୁନଃ ନିଯୁକ୍ତି ଦିଆଯାଇନାହିଁ।