ଜୟପୁର: ଘର ଭାଙ୍ଗିଲେ ୨୪ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ତୁରନ୍ତ ଆର୍ଥିକ ସହାୟତା ଜମା କରିବାକୁ ରାଜ୍ୟସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୟପୁର ତହସିଲର ହିତାଧିକାରୀ ମାନଙ୍କର ଘର ଭାଙ୍ଗିବାର ସପ୍ତାହକ ମଧ୍ୟରେ ପ୍ରଶାସନ ପକ୍ଷରୁ ଖଣ୍ଡିଏ ପଲିଥିନ ହିଁ ମିଳିଥିବା ବେଳେ ଆର୍ଥିକ ସହାୟତା ମିଳି ନଥିବା କହିଛନ୍ତି ହିତାଧିକାରୀ।
ଆରଆଇମାନେ ଗାଁକୁ ଗାଁ ଯାଇ ଘର ଭଙ୍ଗାର ତଦାରଖ କରି ତହସିଲରେ ରିପୋର୍ଟ ଦାଖଲ କରିବା କଥା। ଆଂଶିକ ଘର ଭାଙ୍ଗିଥିବା ହିତାଧିକାରୀଙ୍କୁ ତୁରନ୍ତ ପଲିଥିନ୍ ଦେବା ସହ ୨୪ଘଣ୍ଟା ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସହାୟତା ରାଶି ଜମା କରିବାକୁ ନିର୍ଦ୍ଦେଶ ରହିଛି। ପକ୍କାଘର ସଂପୁର୍ଣ୍ଣ ଭାଙ୍ଗିଲେ ଏକ ଲକ୍ଷ ୧୯୦୦ଟଙ୍କା, ଆଂଶିକ ଭାଙ୍ଗିଲେ ୫୨୦୦ଟଙ୍କା, କଚ୍ଚା ଘର ସଂପୁର୍ଣ୍ଣ ଭାଙ୍ଗିଲେ ୪୧୦୦ଟଙ୍କା ଓ ଆଂଶିକ ଭାଙ୍ଗିଲେ ୩୨୦୦ଟଙ୍କା, ଗୁହାଳ ଭାଙ୍ଗିଲେ ୨୧୦୦ଟଙ୍କା ରହିଛି।
ଘର ଭାଙ୍ଗିବାର ସପ୍ତାହକ ପରେ ବି କାହିଁକି ଓକେଉଁ ପରିସ୍ଥିତିରେ ହିତାଧିକାରୀଙ୍କ ଆକାଉଣ୍ଟରେ ସହାୟତା ରାଶି ଜମା ହୋଇ ପାରିନି ବୋଲି ପ୍ରଶ୍ନ କରିଛନ୍ତି ସମାଜସେବୀ ବି.ହରି ରାଓ, ମାନବାଧିକାର କର୍ମୀ ଅନୁପ ପାତ୍ର। କେନ୍ଦ୍ର ଓରାଜ୍ୟସରକାର ଆଜାଦିକି ଅମୃତ ମହୋତ୍ସବ ଓ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ କରୁଥିବା ବେଳେ ଏହି ସ୍ଥିତିରେ ଏହି ହିତାଧିକାରୀ ମାନେ କିଭଳି ଉତ୍ସବ ପାଳିବେ । ୨୦୦ରୁ ଉର୍ଦ୍ଧ୍ବ ଘର ଜୟପୁର ବ୍ଲକ ଓ ପୌରପାଳିକାରେ ଭାଙ୍ଗିଛି। ଆରଆଇ ମାନେ ଗାଁ ଓ ବସ୍ତିକୁ ନ ଯାଇ ଘରେ ବସି ମିଛ ରିପୋର୍ଟ ଦେଉଛନ୍ତି ବୋଲି ଉଭୟ ଅଭିଯୋଗ କରିଛନ୍ତି।
ଆଜି ଦିନକ ମଧ୍ୟରେ ଜୟପୁର ତହସିଲର ଜୟନ୍ତଗିରୀ ରାଜସ୍ବ ସର୍କଲରୁ ୫ଟି, ପୁପୁଗାଁରୁ ୩ଟି, କଙ୍ଗା, ରଣ୍ଡାପାଲ୍ଲୀ ଓ ଉମୁରୀରୁ ୨ଟି ଲେଖାଏଁ ଓ ଧନପୁର, ପାମ୍ପୁଣୀ ଓ କୁମୁଲିପୁଟରୁ ଗୋଟିଏ ଲେଖାଏଁ ଏଭଳି ୧୭ଟି ଘର ଭାଙ୍ଗିଛି। ଦୁଇ ଲଘୁଚାପ ବର୍ଷାର ପ୍ରଭାବରେ ଗତ ସପ୍ତାହକ ମଧ୍ୟରେ ଜୟପୁର ତହସିଲର ୧୦୨ଟି ଆଂଶିକ ଓ ଗୋଟିଏ ଘର ସଂପୂର୍ଣ୍ଣ ରୁପେ ଭାଙ୍ଗିଥିବା ଜିଲ୍ଲାପ୍ରଶାସନ ନିକଟରେ ରିପୋର୍ଟ ଦାଖଲ କରାଯାଇଛି ବୋଲି କହିଛନ୍ତି ଛି ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ମାନସରଂଜନ ଘଡେଇ। ରିପୋର୍ଟ ଦାଖଲ ପରେ ଜିଲ୍ଲାପ୍ରଶାସନ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର। ଜୟନ୍ତଗିରୀ ଆରଆଇ ସର୍କଲରେ ଏହି ଦୁଇ ଲଘୁଚାପରେ ୬୭ଟି ଆଂଶିକ, ଗୋଟିଏ ସଂପୁର୍ଣ୍ଣ ଘର ଭାଙ୍ଗିଥିବା ଏବଂ ୬୩ଜଣଙ୍କୁ ପଲିଥିନ୍ ବିତରଣ ସରିଛି ବୋଲି କହିଛନ୍ତି ଆରଆଇ ଗୁପ୍ତ ପ୍ରସାଦ ତ୍ରିପାଠୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/10-11.jpg)