ରଥଖଳାରେ ପଡ଼ିଲା ଚାଞ୍ଚ

ରଥଖଳାରେ ପଡ଼ିଲା ଚାଞ୍ଚ

ପୁରୀ: ଆଉ ଦୁଇ ଦିନ ପରେ ଅର୍ଥାତ୍‌ ମେ’ ୧୦ରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଠାରୁ ୨୧ ଦିନ ଧରି ମହାପ୍ରଭୁ ମଣି ବିମାନରେ ବିଜେ ହୋଇ ଚାପ ଖେଳିବାକୁ ନରେନ୍ଦ୍ରକୁ ଯିବେ। ଏଥିସହ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପର୍ବ ବି ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ପର୍ବ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ରାଜନଅର ସଂଲଗ୍ନ ରଥଖଳାରେ ଲୁହାର ପାଇପ୍‌ ପୋତାଯିବା ପରେ ଏହା ଉପରେ ଆଜି ଚାଞ୍ଚ ପକାଯାଇଛି। ପରମ୍ପରା ଆଧାରରେ ରଥ ନିର୍ମାଣ କାମ ବେଳେ ମହାରଣା ସେବକଙ୍କ ସହ ଅନ୍ୟମାନଙ୍କୁ ତାତିରୁ ରକ୍ଷା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଚାଞ୍ଚର ଛାଇ ଶୀତଳ ବୋଲି ସେବକମାନେ କହିଛନ୍ତି। ଛାଇରୁ ରକ୍ଷା ପାଇଁ ରଥଖଳାରେ ପାଲ ବି ଟଣା ହୋଇପାରନ୍ତା। କିନ୍ତୁ ପୂର୍ବକାଳରେ ପାଲ ବ୍ୟବସ୍ଥା ନଥିଲା। ରଥଖଳାରେ ନଡ଼ିଆ ଗଛର ବରଡ଼ାରେ ତିଆରି ଚାଞ୍ଚକୁ ବ୍ୟବହାର କରାଯାଉଥିଲା। ଏହି ପରମ୍ପରା ଆଜି ବି ବଜାୟ ରହିଛି ବୋଲି ସେବକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe