କଟକ: ରାଜପଥରେ ସାଇନେଜ୍ ନଥିଲେ ଏହା ସଡକ ବ୍ୟବହାରକାରୀଙ୍କୁ ଦ୍ବନ୍ଦ୍ବରେ ପକାଉଛି। ଏହା ଦ୍ବାରା ଦୁର୍ଘଟଣା ବୃଦ୍ଧି ପାଉଥିବା ଜଣା ପଡିଛି। ରାଜ୍ୟ ସଡକ ପରିବହନ ବିଭାଗର ଏକ ପାଇଲଟ ପ୍ରୋଜେକ୍ଟ ଜରିଆରେ ୫୦ କିମି ରାସ୍ତାର ସାଇନେଜ୍ ଅଡିଟ୍ ପରେ ଏହା ସ୍ପଷ୍ଟ ହୋଇଛି। ଏ କଥା ଜଣାପଡିବା ପରେ ରାଜ୍ୟ ସଡକ ପରିବହନ ବିଭାଗ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ ହଜାର କିଲୋମିଟର ରାଜପଥର ସାଇନେଜ୍ ଅଡିଟ୍ କରାଯିବ। ଅର୍ଥାତ ରାସ୍ତାର ସବୁ ସ୍ଥାନରେ ସାଇନେଜ୍ ଲାଗିବ। ଓଡ଼ିଶାରେ ୧୦୦ ପ୍ରତିଶତ ରାସ୍ତାକୁ ସଙ୍କେତ ଅନୁକୂଳ କରିବା ପାଇଁ ପରିବହନ ବିଭାଗ ପ୍ରଥମ ପର୍ଯ୍ୟାୟରେ ୩ ହଜାର କିଲୋମିଟର ରାସ୍ତା ପାଇଁ ସଡକ ଚିହ୍ନ ଓ ମାର୍କିଂରେ ଅଡିଟ୍ କରିବା ପାଇଁ ପଦକ୍ଷେପ ନେଉଥିବା ନେଇ ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ରାସ୍ତାରେ ମାନବୀୟ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟୁଛି। ଠିକ୍ ସାଇନେଜ୍ ନ ଥିବାରୁ ଏହା ଦୁର୍ଘଟଣାର କାରଣ ହୋଇଛି। ଓଡ଼ିଶା‌ରେ ୧୦୦ ପ୍ରତିଶତ ସଡକ ସଙ୍କେତ ଅନୁକୂଳ କରିବା ପାଇଁ ପରିବହନ ବିଭାଗ ରାଜ୍ୟରେ ସଡକ ସ‌ଙ୍କେତ ଅଡିଟ ଭଳି ଏକ ନିଆରା ପଦକ୍ଷପ ହାତକୁ ନେଇଛି। ଉପଯୁକ୍ତ ସଡକ ଚିହ୍ନ, ଟ୍ର‌ାଫିକ ସଙ୍କେତ ସରଳୀକରଣ, ସଡକ ଇଂଜିନିୟରିଂ ବ୍ୟବସ୍ଥାରେ ସୁଧାର ଆଣି ସଡକ ଦୁର୍ଘଟଣା ମାତ୍ରାକୁ କମ କରିବାକୁ ପଦକ୍ଷେପ ନିଆଯାଉଛି। ତ୍ରୁଟିପୂର୍ଣ୍ଣ ସାଇନେଜ୍ ଓ ସିଗ୍‌ନ‌ାଲ ଗୁଡିକ ବହୁ ସମୟରେ ଟ୍ରାଫିକ୍ ଜାମ୍ ଓ ସଡକ ଦୁର୍ଘଟଣାର କାରଣ ହୋଇଛି। ବିଶେଷଜ୍ଞଙ୍କ ସାହାଯ୍ୟରେ ସୁନ୍ଦରଗଡ ଜିଲ୍ଲାର ୫୦ କିଲୋମିଟର ରାସ୍ତା, ଦେଓକର୍ଣ୍ଣପୁରରୁ କେସଇବାହାଲ ପର୍ଯ୍ୟନ୍ତ ରାଜ୍ୟ ରାଜପଥ ନଂ ୧୦ (ବିଜୁ ଏକ୍ସପ୍ରେସ)ରେ ମାର୍କିଂର ପରୀକ୍ଷାମୂଳକ ଅଡିଟ୍ କରାଯାଇଥିଲା।

ଅଧ୍ୟୟନରୁ ଜଣାପଡିଥିଲା କି, ସଡକ ବ୍ୟବହାରକାରୀଙ୍କ ପାଇଁ ସାଇନେଜର ଆବଶ୍ୟକତା ରହିଛି। ସଙ୍କେତ ନ ଥିବା ଛକ ଚାଳକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ଯାହା ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହେଉଛି। ନମୁନା ଅଡିଟ୍‌ର ଅନୁସନ୍ଧାନ ଓ ସୁପାରିସ ଅନୁଯାୟୀ ରାଜପଥ ପ୍ରସାରଣରେ ସଂଶୋଧନ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଅଧିକାରୀମାନେ ତ୍ରୁଟିପୂର୍ଣ୍ଣ ସ୍ଥାନ‌ରେ ଠିକ୍ ରୋଡ ସାଇନେଜ୍ ଲଗାଇବେ ଓ ନଷ୍ଟ ହୋଇଯାଇଥିବ‌‌ା ସାଇନେଜ୍ ଗୁଡିକର ମରାମତି କରିବେ। ଆବଶ୍ୟକ ସ୍ଥଳେ ସେମାନେ ନୂତନ ରୋଡ ସାଇନେଜ୍ ସ୍ଥାପନ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।