ସମ୍ବଲପୁରୀ ବାନ୍ଧ ଓ ନୃତ୍ୟ ଉପରେ ହେବ ଡାକଟିକଟ୍‌

ଶୀତଳଷଷ୍ଠୀ, ନୂଆଁଖାଇ, ଧନୁଯାତ୍ରା ବି ସ୍ଥାନ ପାଇବ

ସମ୍ବଲପୁର: ଭାରତୀୟ ଡାକ ବିଭାଗ ତରଫରୁ ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ଲୋକ ନୃତ୍ୟ, ଶୀତଳଷଷ୍ଠୀ ଯାତ୍ରା, ନୂଆଁଖାଇ ଓ ଧନୁଯାତ୍ରା ମହୋତ୍ସବ ଉପରେ ସ୍ମାରକୀ ଡାକ ଟିକଟ୍‌ ଜାରି କରାଯିବ। ବରଗଡ଼ ସାଂସଦ ସୁରେଶ ପୂଜାରୀ ଦେଇଥିବା ଏହି ପ୍ରସ୍ତାବକୁ ଡାକ ବିଭାଗ ମଞ୍ଜୁର କରିଛି। ଶ୍ରୀ ପୂଜାରୀଙ୍କ ସମସ୍ତ ପ୍ରସ୍ତାବ ମଞ୍ଜୁର ହୋଇଥିବା ନେଇ ଭାରତୀୟ ଡାକ ବିଭାଗ ଓ ସଂଚାର ମନ୍ତ୍ରଣାଳୟର ସଚିବ ବିନିତ ପାଣ୍ଡେ ସାଂସଦଙ୍କୁ ପତ୍ର ଜରିଆରେ ସୂଚୀତ କରିଛନ୍ତି।

ତାଙ୍କ ପ୍ରସ୍ତାବ ଗୃହୀତ ହୋଇଥିବାରୁ ଶ୍ରୀ ପୂଜାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର