ମାଲକାନଗିରିରେ ହେବ ଏୟାରଷ୍ଟ୍ରିପ୍

ଭୁବନେଶ୍ବର : ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଏକ ଏୟାରଷ୍ଟ୍ରିପ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୧୩.୨୩୩ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଏୟାରଷ୍ଟ୍ରିପ୍ ଲାଗି ୧୩.୨୩୩ ହେକ୍ଟର ଜମି ଅଧିଗ୍ରହଣ ପାଇଁ ପୂର୍ତ୍ତ ବିଭାଗର ମାଲକାନଗିରି ନିର୍ବାହୀ ଯନ୍ତ୍ରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ଅଫ୍ ଫରେଷ୍ଟଙ୍କ ନିକଟରେ ଆବେଦନ କରାଯାଇଛି। ୧୩.୨୩୩ ଏକର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବାକୁ ଥିବାରୁ ଏଥିପାଇଁ ୨୬.୪୬୬ ଏକର କ୍ଷତିପୂରଣ ବାବଦରେ ବୃକ୍ଷରୋପଣ ଜମି ଚିହ୍ନଟ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ କୁହାଯାଇଛି। ଏହି ଜମି ଚିହ୍ନଟ ହେଲେ ଏୟାରଷ୍ଟ୍ରିପ୍ ନିର୍ମାଣ ସମ୍ବନ୍ଧୀୟ ସବୁଜ ସଂକେତ ମିଳିବ ବୋଲି କୁହାଯାଇଛି।

ସୂଚନ‌ାଯୋଗ୍ୟ ଯେ, ତହସିଲଦାର ଯେଉଁଠି ଜମି ଚିହ୍ନଟ କରିଥିଲେ ତାହାକୁ ଡିଏଫ୍‌ଓ ଖାରଜ କରିଦେଇଛନ୍ତି। ଏବେ ନୂ୍ଆ ଜାଗା ଚିହ୍ନଟ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର