ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ କେନାଲ, ପୋଖରୀ, ଡ୍ୟାମ୍, କେଉଁ ପ୍ରକାରର କେନାଲ, ବନ୍ଧ, ରାସ୍ତା, ବ୍ରିଜ୍, କଲଭର୍ଟ ଆଦିର ଜିଓ ଟ୍ୟାଗିଂ ହେବ। ଜୁନ୍ ୧ରୁ ଏନେଇ ଜିଓ ଟ୍ୟାଗିଂ ପ୍ରକ୍ରିୟା ଆରମ୍ଭ ହେବ। ଏହାପରେ ଏହାର ସମସ୍ତ ତଥ୍ୟ ‘ଓଡ଼ିଶା ଜଳ ସମ୍ପଦ’ ୱେବପୋର୍ଟାଲରେ ଅପଲୋଡ୍ ହେବ। ଏହି ପୋର୍ଟାଲ ଅଗଷ୍ଟ ୧୫ରେ ଲୋକାର୍ପିତ ହେବ। ଏହି ପୋର୍ଟାଲରୁ ସରକାରୀ ଅଧିକାରୀ ଓ ସାଧାରଣ ଲୋକ ଯେକୌଣସି ପୋଖରୀ, କେନାଲ, ଡ୍ୟାମ୍, ବନ୍ଧ, ବ୍ରିଜ୍ର ତଥ୍ୟ ଜାଣିପାରିବେ। ଏହାସହ କେଉଁ ପ୍ରକଳ୍ପ ପାଇଁ କେବେ କେତେ ଅର୍ଥ ଖର୍ଚ୍ଚ ହେଉଛି ତା’ର ତଥ୍ୟ ଅପ୍ ଟୁ ଡେଟ୍ ରହିବ। ପ୍ରଥମେ ଜଳସମ୍ପଦ ବିଭାଗର ତଥ୍ୟ ଅପ୍ ଟୁ ଡେଟ୍ ହେବା ପରେ ପରବର୍ତ୍ତୀ ସମୟରେ ଖାଦ୍ୟ ଓ ଯୋଗାଣ ବିଭାଗ, କୃଷି ବିଭାଗର ବିଭିନ୍ନ ଭିତ୍ତିଭୂମି ତଥ୍ୟ ଅପ୍ ଟୁ ଡେଟ୍ ହେବ। ଏହି ପୋର୍ଟାଲରେ ଜଳ ସେଚନ ବ୍ୟବସ୍ଥା, ବନ୍ୟା ସମ୍ବନ୍ଧୀୟ ସୂଚନା, ବନ୍ୟାବେଳେ ଶସ୍ୟ ସମ୍ବନ୍ଧୀୟ ସୂଚନା, ରାଜସ୍ବ ଆଦାୟ ସମ୍ବନ୍ଧୀୟ ସୂଚନା ଆଦି ମିଳିପାରିବ ବୋଲି କୁହାଯାଇଛି।
କେନାଲ, ପୋଖରୀ, ଡ୍ୟାମ୍, ବନ୍ଧର ଜିଓ ଟ୍ୟାଗିଂ ହେବ
ଜଳନସମ୍ପଦ, କୃଷି ଓ ଖାଦ୍ୟ ଯୋଗାଣ ବିଭାଗର ସବୁ ତଥ୍ୟ ପାଇଁ ‘ଓଡ଼ିଶା ଜଳସମ୍ପଦ’ ପୋର୍ଟାଲ
/sambad/media/post_attachments/wp-content/uploads/2022/04/kolab-dam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)