ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଣିକି କୌଣସି ସର୍କିଟ ହାଉସ୍, ରାଜ୍ୟ ଅତିଥି ଭବନ, ସରକାରୀ ବଙ୍ଗଳା ଆଦି କୌଣସି ରାଜନେତା କି ଅଧିକାରୀଙ୍କ ପାଇଁ ବୁକିଂ ରଖାଯିବନି। ଏଠାରେ ଯେପରି କୌଣସି ରାଜନେତା ବୈଠକ କି ରାଜନୈତିକ କାର୍ଯ୍ୟକ୍ରମ କରିବେନି ତାହା ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି।
ସେହିପରି ଏହି ସବୁ ସରକାରୀ କୋଠାଗୁଡ଼ିକ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ, ଏବଂ ପୋଲିଂ ଦାୟିତ୍ବରେ ଥିବା କର୍ମଚାରୀଙ୍କ ବ୍ୟବହାର ପାଇଁ ଉପଲବ୍ଧ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପୌର ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/guest-house-fff.jpg)