ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତ୍ତନ, ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ

ଭୁବନେଶ୍ବର: ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତ୍ତନ । ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ । ଏସସି/ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ରିଜୋଲ୍ୟୁସନ ସ୍ଥଗିତ ରଖିବାକୁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ହେଲେ ଚଳିତ ବର୍ଷ ରାଜ୍ୟ ସରକାର ସ୍କୁଲ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ନଖୋଲିଲେ ମଧ୍ୟ ପିଲାମାନେ ସ୍କଲାରସିପ ପାଇପାରିବେ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର