ଏହି ୫ଟି ଏସୟୁଭିର ଟାଙ୍କିରେ ଥରେ ପେଟ୍ରୋଲ ଭର୍ତ୍ତି କଲେ ରାସ୍ତାରେ ନ ଅଟକି ବି ଯାଇପାରିବେ ଜଳେଶ୍ୱରରୁ ମୋଟୁ

ଭୁବନେଶ୍ୱର: ଭାରତୀୟ ବଜାରରେ, ଏସୟୁଭି ସେଗମେଣ୍ଟ ଯାନଗୁଡିକର ଚାହିଦା ବର୍ତ୍ତମାନ ହ୍ୟାଚବ୍ୟାକଠାରୁ ଅଧିକ ହୋଇଛି | ଏହି ଯାନଗୁଡିକରେ(ଏସୟୁଭି) ଅଧିକ ସ୍ଥାନ ରହିବା ସହ ବୈଶିଷ୍ଟ୍ୟଗୁଡିକ ଦୃଷ୍ଟିରୁ ଭଲ ରହିଛି| ଭାରତୀୟ ରାସ୍ତାରେ, ହ୍ୟାଚ୍ ବ୍ୟାକ୍ ଏବଂ ସେଡାନ୍ ଅପେକ୍ଷା ଏସୟୁଭିକୁ ଅଧିକାଂଶ ଲୋକ ପସନ୍ଦ କରୁଥିବାବେଳେ ଏସୟୁଭିର ପେଟ୍ରୋଲ ଟାଙ୍କି ମଧ୍ୟ ହ୍ୟାଚବ୍ୟାକ୍ ଏବଂ ସେଡାନ୍ସ ତୁଳନାରେ ବହୁତ ବଡ ରହିଥାଏ | ଥରେ ଏହି ଟାଙ୍କିରେ ପେଟ୍ରୋଲ ଭରିବା ପରେ ଅନାୟାସରେ ଆପଣ ୧୦୦୦ କିଲୋମିଟର ଯାଇପାରିବେ | ଆଜି ଆମେ ଆପଣଙ୍କୁ ଭାରତୀୟ ବଜାରରେ ମିଳୁଥିବା ଏଭଳି ୫ଟି ଏସୟୁଭି ବାବଦରେ କହିବୁ ଯାହାର ତେଲ ଟାଙ୍କି ବଡ ହୋଇଥିବାବେଳେ ଏହାର ମାଇଲେଜ ମଧ୍ୟ ସର୍ବୋତ୍ତମ ରହିଥାଏ | ତେବେ ଆମେ ଓଡ଼ିଶାର ଉତ୍ତର ଓ ଦକ୍ଷିଣକୁ ଯୋଡି ଆପଣଙ୍କୁ କହିବୁ | ମନେକରନ୍ତୁ ଓଡିଶାର ସୀମାନ୍ତ ପାଖାପାଖି ଥିବା ଜଳେଶ୍ୱର ଓ ମାଲକାନଗିରି ମୋଟୁ ମଧ୍ୟରେ ଦୂରତା ୯୬୬ କିଲୋମିଟର(ଭାୟା ଏନଏଚ ୧୬ ଓ ଚେନ୍ନାଇ-କୋଲକାତା ଜାତୀୟ ରାଜପଥ) ଓ ୧୦୫୦ କିଲୋମିଟର(ଭାୟା ଏନଏଚ ୫୩) ହୋଇଥିବାବେଳେ ଏହି ୫ଟି ଗାଡି ଆପଣଙ୍କୁ ବେଶ ସହାୟକ ହେବ |

୧. ହୁଣ୍ଡାଇ କ୍ରେଟା
ଏହି ଏସୟୁଭିରେ ୫୦ ଲିଟର କ୍ଷମତା ଟାଙ୍କି ଅଛି | ଥରେ ତେଲ ଭର୍ତ୍ତି ହେବା ପରେ, ଆପଣ ୧୨୮୨ କିଲୋମିଟର ଦୂରତା ଯାତ୍ରା କରିପାରିବେ | ଏଥିରେ ୬-ସ୍ପିଡ୍ ମାନୁଆଲ୍, ୭ -ସ୍ପିଡ୍ ଅଟୋମେଟିକ ଗିଅରବକ୍ସ ରହିଛି |
୨. ଫୋର୍ଡ ଇକୋସ୍ପୋର୍ଟ
ଏହି ଏସୟୁଭିରେ ୫୨ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ଅଛି | ଏହା ପୂର୍ଣ୍ଣ ହେବା ପରେ, ଆପଣ ୧୧୯୬ କିଲୋମିଟର ଦୂରତା ଅତିକ୍ରମ କରିପାରିବେ |
୩. ମାରୁତି ବ୍ରେଜା
ମାରୁତି ବ୍ରେଜାର ତେଲ ଟାଙ୍କି ଥରେ ଭର୍ତ୍ତି ହୋଇଗଲେ ଏହା ୧୦୦୦ କିଲୋମିଟର ଯାଏଁ ଯାଇଥାଏ | ଏଥିରେ ୪୮ ଲିଟରର ଟାଙ୍କି ରହିଛି |
୪. ଟାଟା ନେକ୍ସନ୍
ଏହି ଏସୟୁଭିରେ ୪୪ ଲିଟର ଟାଙ୍କି ଥିବାବେଳେ ଥରେ ଏହା ପୂର୍ଣ୍ଣ ହେବା ପରେ, ଆପଣ ୧୦୫୪ କିଲୋମିଟର ଯାତ୍ରା କରିପାରିବେ |
୫. ନିସାନ୍ କିକ୍ସ
ଏହି ଏସୟୁଭିରେ ୫୦ ଲିଟର କ୍ଷମତା ସମ୍ପନ୍ନ ଟାଙ୍କି ଥିବାବେଳେ ଥରେ ପୂର୍ଣ୍ଣ ହେବା ପରେ, ଆପଣ ୧୦୨୨ କିଲୋମିଟର ଦୂରତା ଯାତ୍ରା କରିପାରିବେ |

ସମ୍ବନ୍ଧିତ ଖବର