ଭୁବନେଶ୍ୱର: ଜୋରଦାର ପ୍ରଚାର ସତ୍ତ୍ୱେ ଓଡ଼ିଶାରେ ଆଶାତୀତ ସଫଳତା ପାଇପାରିନାହିଁ ବିଜେଡି। ଲୋକଙ୍କ ମୁଡ଼ ବିଜେଡି ବିପକ୍ଷରେ ଯାଇଛି। ବିଜେପି ଉପରେ ଭରସା କରିଛନ୍ତି ଭୋଟର। ତେବେ ଆଜି ଆମେ ଆପଣଙ୍କୁ କହିବୁ ବିଜେଡିର ଏସବୁ ଟାଣୁଆ ନେତା/ନେତ୍ରୀ ପରାଜୟର ସ୍ୱାଦ ଚାଖିଛନ୍ତି।

Advertisment

ଅନୁଗୁଳରେ ପରାଜୟର ସ୍ୱାଦ ଚାଖିଛନ୍ତି ବିଜେଡି ନେତା ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହ। ସେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ୧୭୪୩୩ ଭୋଟରେ ପରାସ୍ତ ହୋଇଛନ୍ତି। ଅତାବିରାରେ ଏଥର ପରାଜୟର ସ୍ୱାଦ ଚାଖିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ସେ ବିଜେପି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କଠାରୁ ପରାସ୍ତ ହୋଇଛନ୍ତି।ବାରବାଟୀ-କଟକରେ ପରାଜୟର ସ୍ୱାଦ ଚାଖିଛନ୍ତି ପ୍ରକାଶ ବେହେରା। ବଡ଼ଚଣାରେ ହାରିଯାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ବଡମ୍ବାରୁ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବ୍ରହ୍ମପୁରରୁ ରମେଶ ଚ୍ୟାଉପଟ୍ଟନାୟକ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ, ଭଟଲିରୁ ସୁଶାନ୍ତ ସିଂ, ବିଜେପୁରରୁ ରିତା ସାହୁ, ବୌଦ୍ଧରୁ ପ୍ରଦୀପ ଅମାତ, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ବ୍ରଜରାଜନଗରରୁ ଅଳକା ମହାନ୍ତି, ଧର୍ମଗଡରୁ ପୁଷ୍ପେନ୍ଦ୍ର ସିଂହ ଦେଓ, ଧର୍ମଶାଳାରୁ ପ୍ରଣବ ପ୍ରକାଶ ବଳବନ୍ତରାୟ, ଢେଙ୍କାନାଳରୁ ସୁଧୀର ସାମଲ, ଏକାମ୍ରରୁ ଅଶୋକ ପଣ୍ଡା, ଜି.ଉଦୟଗିରିରୁ ଉପବାଚସ୍ପତି ସାଲୁଗା ପ୍ରଧାନ, ଗୋପାଳପୁରରୁ ବିକ୍ରମ ପଣ୍ଡା, ହିନ୍ଦୋଳରୁ ମହେଶ ସାହୁ, ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ଝାରସୁଗୁଡ଼ାରୁ ଦୀପାଳି ଦାସ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, କୋରେଇରୁ ସନ୍ଧ୍ୟାରାଣୀ ଦାସ, ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ, ନିଆଳିରୁ ପ୍ରମୋଦ ମଲ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପିପିଲରୁ ରୁଦ୍ର ମହାରଥୀ, ପୋଲସରାରୁ ଶ୍ରୀକାନ୍ତ ସାହୁ, ସମ୍ବଲପୁରରୁ ରୋହିତ ପୂଜାରୀ, ସୁକିନ୍ଦାରୁ ପ୍ରୀତି ରଞ୍ଜନ ଘଡେଇ, ଟିଟିଲାଗଡ଼ରୁ ଟୁକୁନି ସାହୁ ପ୍ରମୁଖ ପରାସ୍ତ ହୋଇଛନ୍ତି।