ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିମରେ ଏବେ ୪ ଜଣ ଓଡ଼ିଆ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ଦେଶର ୩ଟି ପ୍ରମୁଖ ବିଭାଗରେ ତିନି ଓଡ଼ିଆ ମୁଖ୍ୟ ଭାବେ ନିଯୁକ୍ତି ପାଇଥିବାବେଳେ ଜଣେ ମୋଦୀଙ୍କ ଅତି ଖାସ ବୋଲି କୁହାଯାଉଛି | ଜାଣିଛନ୍ତି କେଉଁ ୪ ଜଣ ଓଡ଼ିଆ ଓଡିଶାକୁ ଗର୍ବିତ କରାଉଛନ୍ତି |

Advertisment

ପିକେ ମିଶ୍ର(୧୯୭୨ ବ୍ୟାଚ ଆଇଏଏସ ଅଫିସର)
ମୋଦୀଙ୍କର ଅତି ଖାସ ଅଫିସର ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ ଜଣାଶୁଣା | publive-image୭୦ ବର୍ଷୀୟ ଏହି ଆଇଏଏସ ଜଣକ ହେଉଛନ୍ତି ପ୍ରମୋଦ କୁମାର ମିଶ୍ର | ୨୦୧୪ ମସିହା ଜୁନ ୯ ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି | ଗୁଜୁରାଟ କ୍ୟାଡରର ଏହି ଆଇଏଏସ ଅଫିସରଙ୍କୁ ମୋଦୀ ଏତେ ବିଶ୍ୱାସ କରନ୍ତି ଯେ ତାଙ୍କର ଚାକିରି କାଳ ସରିବା ପରେ ବି ତାଙ୍କୁ ପୁନଃନିଯୁକ୍ତି ଦେଇଛନ୍ତି |

ସୁପ୍ରିୟା ସାହୁ, ଆଇଏଏସ

publive-imageଭାରତରେ ଡିଜିଟାଲ ଯୋଗାଯୋଗ ସହ ଘରେ ଘରେ ଦୂରଦର୍ଶନ ପହଞ୍ଚାଇବାରେ ଏହି ଓଡ଼ିଆଙ୍କର ଏକ ବଡ ଭୂମିକା ରହିଛି | ୫୦ ବର୍ଷୀୟା ଏହି ଆଇଏଏସ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ଗୁରୁତ୍ୱ ଦିଅନ୍ତି | ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ ସୁପ୍ରିୟାଙ୍କର ଏକ ବଡ ଅବଦାନ ରହିଛି | ଦୂରଦର୍ଶନର ଆୟ ବଢାଇବା ସହ ଲୋକଙ୍କ ପାଖେ ଦୂରଦର୍ଶନକୁ ଗ୍ରହଣୀୟ କରାଇବାକୁ ଚେଷ୍ଟାରେ ଥାଆନ୍ତି ସୁପ୍ରିୟା |

ସତ୍ୟ ନାରାୟଣ ପ୍ରଧାନ, ଆଇପିଏସ publive-image

ଓଡିଶାକୁ ଯଦି କେବେ ପ୍ରାକୃତିକ ବିପର୍ଯ୍ୟୟ ଆସିବାର ସୂଚନା ମିଳିଥାଏ ତେବେ ଓଡିଶା ପାଇଁ ତତ୍ପର ହୋଇଉଠନ୍ତି ଏହି ଓଡ଼ିଆ ଅଫିସର ସତ୍ୟନାରାୟଣ ପ୍ରଧାନ | ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ମୁଖ୍ୟ ଭାବେ ଏବେ ସେ କାର୍ଯ୍ୟରତ | ଫନି ବାତ୍ୟା ବେଳେ ଏନଡିଆରଏଫର କାର୍ଯ୍ୟକୁ ନିଜେ ବୁଝୁଥିଲେ ସତ୍ୟ ନାରାୟଣ | କିଭଳି ଫନିରେ ଜୀବନହାନୀ ନହେବ ଓ ବାତ୍ୟା ପରେ ବିଗିଡିଯାଇଥିବା ଓଡିଶାକୁ ସଜାଡିହେବ ସେ ଚେଷ୍ଟାରେ ଲାଗିଥିଲେ ସତ୍ୟନାରାୟଣ | ଜାନୁୟାରୀ ମାସରୁ ସେ ଏନଡିଆରଏଫ ଡିଜି ଭାବେ ଯୋଗ ଦେଇଥିବା ଝାଡ଼ଖଣ୍ଡର କ୍ୟାଡରର ଏହି ଅଫିସର ବି ମୋଦୀଙ୍କର ଅତି ଖାସ ଭାବେ ଜଣାଶୁଣା |

ମୃତ୍ୟୁଞ୍ଜୟ ମହାପାତ୍ର 
ଫାଇଲିନ୍, ତିତିଲି ଓ ଫନି ବାତ୍ୟାର ସଠିକ ପୂର୍ବାନୁମାନ କରି ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲେ ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର |publive-image ଏବେ କିନ୍ତୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ଓଡ଼ିଆ ଅଫିସର ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଭାରତୀୟ ପାଣିପାଗ ବିଭାଗରେ ବର୍ତ୍ତମାନ କାର୍ଯ୍ୟରତ ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ‘ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ’ ରୂପେ ପରିଚିତ। ଅକ୍ଟୋବର ୧୨, ୨୦୧୩ ର ଫାଇଲିନ୍ ବାତ୍ୟା, ଅକ୍ଟୋବର ୧୨, ୨୦୧୪ ହୁଡ୍ ହୁଡ୍ ବାତ୍ୟା ଓ ଅକ୍ଟୋବର ୧୧, ୨୦୧୮ ର ତିତଲି ବାତ୍ୟାର ସଠିକ ଆକଳନ କରିବାରେ ସଫଳତା ହାସଲ କରିଥିଲେ। ଏହି ତିନୋଟି ପ୍ରମୁଖ ବାତ୍ୟାରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆଗୁଆ ସୂଚନାର ଆକଳନ ସଠିକ ରହିଥିଲା ଏବଂ ତାଙ୍କ ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁସାରେ ଅନେକ ଧନଜୀବନ ରକ୍ଷା ହୋଇପାରିଥିଲା।