ଓଡ଼ିଶାରେ ଖୋଲିବ ଏହି ସବୁ ଦୋକାନ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଲକଡାଉନ କୋହଳ ପରେ କେଉଁ ସବୁ ଦୋକାନ ଖୋଲା ରହିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ରାଜ୍ୟ ସରକାରଙ୍କ ନୂଆ ବିଜ୍ଞପ୍ତି ଅନୁସାରେ ଆଜିଠାରୁ ରାଜ୍ୟରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଛି । କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର । ବିଜ୍ଞପ୍ତି ମୁତାବକ ଦୋକାନରେ ଅଧା କର୍ମଚାରୀ କାମ କରିପାରିବେ | ଏହା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ସପିଂ ମଲ୍ କିମ୍ବା ସପିଂ କମ୍ପେ୍ଲକ୍ସ ଖୋଲି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । କଟକଣାରେ ଏହି କୋହଳ ହଟସ୍ପଟ କିମ୍ବା କଂଟେନମେଂଟ ଜୋନ୍ ଅଂଚଳରେ ଲାଗୁ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ରାଜ୍ୟ ସରକାର । ତେବେ କେଉଁ ଦୋକାନ ଖୋଲିବ ଜିଲ୍ଲାପାଳ ଓ କମିଶନର ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି | ତାଲାବନ୍ଦ ଯୋଗୁଁ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ ହୋଇଛି । ପୂର୍ବରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ପନିପରିବା, ଫଳ, ଔଷଧ ଓ ରାସନ ଦୋକାନ ଖୋଲା ରଖିବା ପାଇଁ ଅନୁମତି ଦିଆଯାଇଥିଲା ।

Image Source: Hindustan Times

ଏବେ ନଜର ପକାନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ଖୋଲା ରହିବ କେଉଁସବୁ ଦୋକାନ

– ସପ୍ ଆଣ୍ଡ ଏଷ୍ଟାବ୍ଲିସମେଂଟ ଆକ୍ଟରେ ପଞ୍ଜିକୃତ ହେଇଥିବା ସମସ୍ତ ଦୋକାନ

– ପୌରପାଳିକା ଅଂଚଳ ବାହାରେ ଥିବା ରେସିଡେନ୍ସିଆଲ କଂପ୍ଲେକ୍ସ ଓ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ

– ରେସିଡେନସିଆଲ ଅଂଚଳ ଓ ଏହା ଆଖପାଖ ବଜାରରେ ଥିବା ଦୋକାନ

– ଗ୍ରାମାଂଚଳରେ ସବୁ ପ୍ରକାର ପଞ୍ଜିକୃତ ଦୋକାନ ଖୋଲିବାକୁ ଅନୁମତି

– ସହରାଂଚଳରେ କେବଳ ଗୋଟିକିଆ ଦୋକାନ ଖୋଲାଯାଇ ପାରିବ

_ପୌରପାଳିକା ଭିତରେ ନଥିବା ଦୋକାନ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ

ସମ୍ବନ୍ଧିତ ଖବର