ସମ୍ବଲପୁର: ବରେଇପାଲିର ଶିବ ସାହାଣୀ ଶୁକ୍ରବାର ବରେଇପାଲି ଛକ ଠାରେ ଗୁପଚୁପ ବିକ୍ରି କରୁଥିଲେ। ଜଣେ ବ୍ୟକ୍ତି ଅପରାହ୍ଣ ୩ଟା ସମୟରେ ଆସି ତାଙ୍କୁ ଗୁପଚୁପ ମାଗିଥିଲେ। ବ୍ୟକ୍ତି ଜଣକ ଖାଇସାରିବା ପରେ ଶିବ ଟଙ୍କା ଦେବାକୁ କହିଥିଲେ। ଏଥିରେ ରାଗିଯାଇ ଗାଳିଗୁଲଜ କରିବା ପରେ ଏକ ପଥର ମାରି ମୁଣ୍ଡ ଫଟାଇଦେଲା।
ପାଖରେ ଥିବା ଦୋକାନୀମାନେ ତାଙ୍କୁ ଅକଟାଇବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏ ନେଇ ଶିବ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ଅନିଲ ସାହାଣୀକୁ ଗିରଫ କରିଥିବା ଜଣାପଡ଼ିଛି।