ସମ୍ବଲପୁର: ସଦର ଥାନା ସିନ୍ଦୁରପଙ୍କ ରେଳଲାଇନ୍‌ ପଡ଼ାର ବୀରବର ସିଂହଙ୍କ ଘରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ତାଙ୍କ ଘର ତାଲା ଭାଙ୍ଗି ଘର ଭିତରୁ ୫୭ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି।

Advertisment

ଏହା ଜାଣିବା ପରେ ବୀରବର ଶୁକ୍ରବାର ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।