ଦାନଗଦୀ: କଳିଙ୍ଗନଗର ଥାନା ରଣାଗୁଣ୍ଡି ଜଗନ୍ନାଥପୁର ଗ୍ରାମର ଜୁରିଆ ହେସାଙ୍କ ଘରୁ ଏକ ଡକାୟତ ଦଳ ଲକ୍ଷାଧିକ ଟଙ୍କା ସହିତ ସୁନାଗହଣା ଲୁଟିନେଇଛନ୍ତି। ୩ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଜୁରିଆ ହେସାଙ୍କ କବାଟ ବାଡ଼େଇ ଡାକିଥିଲେ। ଜୁରିଆ ଓ ତାଙ୍କ ଭଉଣୀ ବାଲେମା ଘରୁ ବାହାରିବା ମାତ୍ରେ ବନ୍ଧୁକ ଦେଖାଇ କାବୁ କରି ନେଇଥିଲେ।

Advertisment

ପାଟି କରିବାରୁ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ସମୟରେ ମୁହଁରେ କପଡ଼ା ବାନ୍ଧି ବାହାରେ ଇସାରାକୁ ଅପେକ୍ଷା କରିଥିବା ଅନ୍ୟ ୧୦ ରୁ ୧୫ ଜଣ ଯୁବକ ଘର ବାହାରେ ଜଳୁଥିବା ଲାଇଟ ଭାଙ୍ଗି ଘରେ ପଶିଥିଲେ। ଲୁଟେରାମାନେ ଜୁରିଆଙ୍କ ପତ୍ନୀ ସମ୍ବାରିଙ୍କ ୩ ହଳ କାନଫୁଲ ଓ ୨ ହଳ ରୁପା ପାଉଁଜି ଏବଂ ଘରେ ଥିବା ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ଅତ୍ୟାବଶ୍ୟକ କାଗଜପତ୍ର ଥିବା ବାକ୍ସ ଲୁଟିନେଇଥିଲେ। ଅଭିଯୋଗ ପରେ କଳିଙ୍ଗନଗର ଥାନା ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।