ଚନ୍ଦ୍ରଶେଖରପୁର: ବୃଦ୍ଧାଙ୍କ କାନରୁ କାନଫୁଲ ଛିଡ଼ାଇ ଦୁଇ ଦୁର୍ବୃତ୍ତ ଫେରାର। ବୃଦ୍ଧାଜଣଙ୍କ ଭୋରରୁ ଫୁଲ ତୋଳିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା। ଲୁଟର ଶିକାର ହୋଇଥିବା ବୃଦ୍ଧାଙ୍କ ନାମ ଶାନ୍ତିଲତା ବେହେରା(୭୦) ବୋଲି ଜଣା ପଡ଼ିଛି।
ଘଟଣାଟି ଶୈଳଶ୍ରୀବିହାରର କୈଳାସବିହାରରେ ଘଟିଥିବା ବେଳେ ସନ୍ଦେହରେ ଜଣେ ଯୁବକକୁ ଅଟକ ରଖିଛି ପୁଲିସ।| ସୂଚନା ମୁତାବକ, ବୃଦ୍ଧା ଫୁଲ ତୋଳିବା ପାଇଁ ଘର ବାହାରକୁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ବୃଦ୍ଧାଙ୍କ କାନରୁ କାନଫୁଲ ଛିଡ଼ାଇ ନେଇ ଫେରାର ହୋଇଯାଇଥିଲେ | ଘଟଣା ପରେ ବୃଦ୍ଧା ସାମନ୍ୟ ଆହତ ହୋଇଥିବା ଜଣା ପଡ଼ିଛି। ଖବର ପାଇ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ଚନ୍ଦ୍ରଶେଖରପୁର ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-161.jpg)