ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ପୁଲିସ ହେପାଜତ ରୁ ଜଣେ ଚୋରିରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଛି | ପୁଲିସ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଘଟଣା ସ୍ଥଳକୁ ନେଇଥିବା ବେଳେ ଅଭିଯୁକ୍ତ ପୁଲିସ ଆଖି ରେ ଧୂଳି ଦେଇ ଖସି ପଳାଇଛି |ସୂଚନା ଅନୁସାରେ ବାଲିପାଟଣା ଥାନା ଝିଣ୍ଟି ଅଞ୍ଚଳର ଚୋରି ଘଟଣାରେ ଲିପ୍ତଥିବା ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରି ଥାନାକୁ ଆଣିଥିଲା | ଗତକାଲି ରାତିରେ ଥାନା ର ବରିଷ୍ଠ ଅଧିକାରୀ ଅଭିଯୁକ୍ତକୁ ସାଙ୍ଗରେ ନେଇ ଚୋରି ସାମଗ୍ରୀ ଉଦ୍ଧାର ଲାଗି ଘଟଣା ସ୍ଥଳକୁ ନେଇ ଯାଇଥିଲେ | ସେଠାରେ ଚୋର ପୁଲିସ କୁ ଚକମା ଦେଖାଇ ଖସି ଯାଇଥିଲା | ପୁଲିସର ଏକାଧିକ ଟିମ ଅଭିଯୁକ୍ତକୁ ଧରିବା ପାଇଁ ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିରାଶ ହୋଇଥିବା ଜଣା ପଡିଛି |