ଭଞ୍ଜନଗର: ଭଞ୍ଜନଗର ଥାନା ଅଧୀନ ବାରୁଡ଼ା ଗ୍ରାମରେ ଆଜି ରାତି ପ୍ରାୟ ୮ଟାରେ ଚୋର ସନ୍ଦେହରେ ଧରା ପଡ଼ିଥିବା ଜଣେ ଯୁବକ ପୁଲିସକୁ ଚଳନ୍ତା ବାଇକରୁ ଗଳାଧକ୍କା ଦେଇ ଚମ୍ପଟ୍ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁସାରେ ୩ଜଣ ଯୁବକ ଏକ ଘରେ ପଶି ଚୋରି ଉଦ୍ୟମ କରୁଥିଲେ। ଏହି ସମୟରେ ୨ଜଣ ଯୁବକଙ୍କୁ ଗ୍ରାମବାସୀ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଚମ୍ପଟ୍ ମାରିଥିଲା। ଖବର ପାଇ ଭଞ୍ଜନଗର ପୁଲିସ ଉକ୍ତ ଦୁଇଜଣ ଯୁବକଙ୍କୁ ଭ୍ୟାନ୍ରେ ଧରି ଥାନାକୁ ଆଣିଥିଲା। ଏହି ସମୟ ମଧ୍ୟରେ ଚମ୍ପଟ୍ ମାରିଥିବା ସଂପୃକ୍ତ ଯୁବକକୁ ପୁଣି ଗ୍ରାମବାସୀ କାବୁ କରି ପୁଲିସକୁ ସୂଚନା ଦେଇଥିଲେ। ସେଠାରେ କୁଲାଡ଼ ଫାଣ୍ଡିର ଜଣେ କନଷ୍ଟେବଳ ଓ ଜଣେ କର୍ମଚାରୀ ବାଇକ୍ରେ ପହଞ୍ଚି ଉକ୍ତ ଯୁବକକୁ ଭଞ୍ଜନଗର ଥାନାକୁ ଆଣୁଥିଲେ। ତେବେ ହଠାତ୍ ଯୁବକଜଣକ ପୁଲିସକୁ ଧକ୍କା ଦେଇ ଚମ୍ପଟ୍ ମାରିଥିଲା। ଏ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀ ଫାଣ୍ଡି କର୍ମଚାରୀଙ୍କୁ ଘେରାଉ କରିଛନ୍ତି। ଭଞ୍ଜନଗର ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଛି। ସୂଚନା ଥାଉକି, ବାରୁଡ଼ା ଗ୍ରାମରେ ଗତ କିଛି ଦିନ ହେଲା ଚୋରି ଉଦ୍ୟମ ହେଉଥିଲା। ଦୁର୍ବୃତ୍ତମାନେ ବନ୍ଦ ଘରକୁ ଟାର୍ଗେଟ୍ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/escape.jpg)