ରାଉରକେଲା: ଅଳଙ୍କାର ଚୋରି ମାମଲାର ବିଚାର କରି ପ୍ରଥମଶ୍ରେଣୀ ବିଚାରପତି ଉମାକାନ୍ତ ବେହେରା ଅଭିଯୁକ୍ତକୁ ଦୁଇ ବର୍ଷ ଜେଲ୍ ସହ ୫ ହଜାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲ୍ ଶୁଣାଛନ୍ତି। ସେମିତି ଅଭିଯୁକ୍ତ ଚୋରଠୁ ସୁନା ଅଳଙ୍କାର କିଣିଥିବା ନମିତା ବିଶୋଇକୁ ୧ ବର୍ଷ ଜେଲ୍ ସହ ୧୦ ହଜାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ ମାସ ଜେଲ୍ ଶୁଣାଇଛନ୍ତି।
ଜଗଦା ଅଞ୍ଚଳର ଧନୁର୍ଦ୍ଦର ବେହେରା ପରିବାର ସହ ରହନ୍ତି। ଗତ ୨୦୨୩ ମେ ଦ୍ବିତୀୟ ସପ୍ତାହରେ ସପରିବାର ଭୁବନେଶ୍ବର ଯାଇଥିଲେ। ଗତ ୨୦୨୩ ମେଇ ୨୬ରେ ଘରକୁ ଫେରିଥିଲେ। ମୁଖ୍ୟ ଦ୍ବାର ଓ ଘରର ତାଲା ଭାଙ୍ଗି ଚୋରମାନେ ୧୫ ହଜାର ଟଙ୍କା, ସୁନା ଅଳଙ୍କାର ନେଇଯାଇଥିଲେ। ଶ୍ରୀ ବେହେରା ଏ ସଂକ୍ରାନ୍ତରେ ଝିରପାଣି ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ସନୁ କଂସାରୀ ସହ ସୁନା ଅଳଙ୍କାର କିଣିଥିବା ସେକ୍ଟର-୧ ଆଖଣ୍ଡଳମଣି ବସ୍ତିର ନମିତା ବିଶୋଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସରକାରୀ ଓକିଲ ଅକ୍ଷୟ କୁମାର ସାହୁ ମାମଲା ପରିଚାଳନା କରୁଥିଲେ।