ଡ୍ରେସ ମେଟେରିଆଲ ଦୋକାନ ଭିତରେ ୫ଘଣ୍ଟା ରହିଲା ଚୋର

ଝାରସୁଗୁଡ଼ା: ଝାରସୁଗୁଡ଼ା ମୁଖ୍ୟ ରାସ୍ତା ଷ୍ଟେସନ ଛକ ନିକଟରେ ଥିବା ଏକ ଡ୍ରେସ ମେଟେରିଆଲ ଦୋକାନ ଭିତରେ ପଶି ଜଣେ ଚୋର ରାତିରେ ଦୀର୍ଘ ୫ ଘଣ୍ଟା ଧରି ରହି ଟଙ୍କା ଓ କପଡ଼ା ଚୋରି କରି ନେଇଥିବା ସିସି ଟିଭି ଫୁଟେଜରୁ ଜଣାପଡ଼ିଛି। ମୁଖ୍ୟରାସ୍ତାରେ ଥିବା କ୍ବାଲିଟି ଫ୍ୟାସନ ଦୋକାନର ମାଲିକ ଆଶିଷ ଅଗ୍ରୱାଲ ଗତ ୪ ତାରିଖ ଦିନ ରାତି ସାଢ଼େ ୯ଟାରେ ଦୋକାନ ବନ୍ଦ କରି ଯାଇଥିଲେ । ସେ ଯିବା ପରେ ଚୋର ରାତି ସାଢ଼େ ୧୧ ଟାରେ ସଟର ତାଡ଼ି ଭିତରକୁ ପଶି ମାଲିକ ସିଟରେ ବସି ଟଙ୍କା ଚୋରି କରିଥିବା ବେଳେ ଡ୍ରେସ ମେଟେରିଆଲ ଓ କପଡ଼ା ନେଇ ସାଢ଼େ ୪ ଟାରେ ଯାଇଥିବା ସିସି ଟିଭି ଫୁଟେଜରୁ ଜଣାପଡ଼ିଛି। ଦୋକାନ ମାଲିକଙ୍କ ଅଭିଯୋଗ ଅନୁଯାୟୀ କାଉଣ୍ଟରରେ ଥିବା ୩୫ ହଜାର ଟଙ୍କା ଓ ଅନୁମାନିକ ୮୦/୮୫ ହଜାର ଟଙ୍କାର ସାମଗ୍ରୀ ଚୋର ନେଇଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର