ଚୋରକୁ ନିସ୍ତୁକ ମାଡ଼ ଦେଇ ବାଇକ୍‌ ପୋଡ଼ିଦେଲେ

ବାଲେଶ୍ବର : ସିମୁଳିଆ ଥାନା ଅଡ଼ା ବଜାର ନିକଟରେ ରବିବାର ସଂଧ୍ୟାରେ ଜଣେ ଗହଣା ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ବେଳେ ଚୋରକୁ କାବୁ କରି ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ଼ ଦେଇଥିବା ବେଳେ ବାଇକ୍‌ ପୋଡ଼ି ଦେଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ‌ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ଥାନାକୁ ନେଇ ଅଟକ ରଖିଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ଅଡ଼ା ବଜାରରେ ଥିବା ଏକ ଗହଣା ଦୋକାନର ବ୍ୟବସାୟୀ ଦୋକାନ ବନ୍ଦ କରି ତାଙ୍କ ବାଇକ୍‌ ଡିକିରେ ଗହଣା ପୂରାଇ ଘରକୁ ଆଣୁଥିଲେ। ତେବେ ରାସ୍ତାକଡ଼ରେ ଗାଡ଼ି ରଖି ସେ ଏକ ଦୋକାନକୁ ଯାଇଥିବା ବେଳେ ଜଣେ ଯୁବକ ତାଙ୍କ ଡିକି ଭାଙ୍ଗି ଗହଣା ପୁଟୁଳି ଧରି ଦୌଡ଼ି ପଳାଇ ଯାଉଥିବା ସେ ‌ଦେଖିବାକୁ ପାଇଥିଲେ। ପାଟି କରି ଲୋକଙ୍କୁ ଡାକିବାରୁ ଯୁବକଜଣକ ଆଉଜଣେ ଯୁବକ ସହ ଖସି ପଳାଉଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ନେଇଥିଲେ। ତେବେ ଚୋରି କରିଥିବା ଯୁବକ ଜଣକ ଖସି ପଳାଇଥିବା ବେଳେ ବାଇକଚାଳକକୁ ନିସ୍ତୁକ ମାଡ଼ ହୋଇଥିଲା। ଏହାପରେ ତାର ବାଇକ୍‌ ପୋଡ଼ି ଦିଆଯାଇଥିଲା।

ସମ୍ବନ୍ଧିତ ଖବର