ଶିବ ମନ୍ଦିର ପ୍ରାଙ୍ଗଣ ଓ ଜଣଙ୍କ ଘରୁ ୧୫ ବର୍ଷର ଉର୍ଦ୍ଧ୍ଵ ଚନ୍ଦନ ବୃକ୍ଷ କାଟିନେଇଗଲେ ଦୁର୍ବୃତ୍ତ

କୋଇଡା: ବହୁଚର୍ଚ୍ଚିତ ‘ପୁଷ୍ପା’ ଫିଲ୍ମର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ପରିଲକ୍ଷିତ ହୋଇଛି। ଏଠାରେ ଏବେ ଚନ୍ଦନ ବୃକ୍ଷ ତସ୍କର ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡ଼ିଛି । ଗତକାଲି କୋଇଡା ଥାନା ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ୧୫ ବର୍ଷରୁ ଉର୍ଦ୍ଧ୍ଵ ଚନ୍ଦନ ବୃକ୍ଷକୁ ସମ୍ପୂର୍ଣ୍ଣ କାଟି ଦୁର୍ବୃତ୍ତ ନେଇଯାଇଥିବା ବେଳେ ପାଖରେ ଥିବା ଆଉ ଏକ ଗଛ ଅଧା କାଟି ଛାଡ଼ି ଛାଲି ଯାଇଥିଲେ।

ସେହିପରି କୋଇଡ଼ାର ବରିଷ୍ଠ ବ୍ୟକ୍ତି ବିଶ୍ଵନାଥ ଭଞ୍ଜଙ୍କ ଘରୁ ସମାନ ଭାବରେ ରାତିରେ ଚନ୍ଦନ ବୃକ୍ଷ କାଟି ନେଇଥିବା ଦୃଶ୍ୟମାନ ହୋଇଛି । ଏସବୁ ଘଟଣା ନିିଶ୍ଚିତ ପୁଷ୍ପା ଫିଲ୍ମର ପ୍ରଭାବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଦେଓଗାଁରେ ସାଉଥ ସୁପରହିଟ ଫିଲ୍ମ ପୁଷ୍ପାର କାହାଣୀ କାଠ ଚୋରାଚାଲାଣ ଷ୍ଟାଇଲରେ ଚାଲିଥିଲା ଗଞ୍ଜେଇ ଚାଲାଣ। ମାଡି ବସିଲା ପୁଲିସ। ଫେରାର ମାଫିଆ। ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ରତନପୁର ଗ୍ରାମରେ। ଗାଁର ଢ଼ାବା ମାଲିକ ଜଗା ଦଲେଇର ଫାର୍ମ ହାଉସ ଭିତରେ ଗଞ୍ଜେଇ କାରବାର କରାଯାଉଥିବା ଖବର ପାଇଥିଲା ପୁଲିସ।  ରାତିରେ ଦେଓଗାଁ ପୁଲିସ ଜାତୀୟ ରାଜପଥ ୨୬ରୁ ସିଂହପାଲି ଆଡକୁ ଯାଇଥିବା ରାସ୍ତା ଉପରେ ଥିବା ଏକ ଫାର୍ମ ହାଉସରେ ଚଢ଼ଉ କରି ଫାର୍ମହାଉସକୁ ସିଲ କରିଥିଲା।

ପୁଲିସକୁ ଚକ୍‌ମା ଦେବା ପାଇଁ ‘ପୁଷ୍ପା’ ଷ୍ଟାଇଲରେ କରାଯାଉଥିଲା ଗଞ୍ଜେଇ ଚାଲାଣ। ପୁଲିସ ଇନୋଭା ଗାଡିକୁ ଜବତ କରିବା ସହିତ ଗଞ୍ଜେଇକୁ ଓଜନ କରିଥିଲା ଓଜନ ହୋଇଥିବା ଗଞ୍ଜେଇର ପରିଣାମ ୨୮ କେଜି ହୋଇଥିବା ଜଣାପଡିଛି। ଇନୋଭା ଗାଡିଟି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଥିବା ବେଳେ, ଫାର୍ମହାଉସ ଢ଼ାବା ମାଲିକ ଜଗା ଦଳେଇର। ତେଣୁ ପୁଲିସ ଇନୋଭା ମାଲିକ ଓ ଢ଼ାବା ମାଲିକକୁ କାବୁ କରିବାକୁ ଚେଷ୍ଟା ଜାରି ରଖିଛି।

ସମ୍ବନ୍ଧିତ ଖବର