‘କବିଙ୍କ କବିତା ମାନସିକତା ବିକାଶର ମନ୍ତ୍ର ହେଉ’

ପଣ୍ଡକିଟାଲ ସମ୍ବାଦ ସାହିତ୍ୟଘରର ତୃତୀୟ ବାର୍ଷିକୋତ୍ସବ

ଡୁଙ୍ଗୁରିପାଲି/ଏସ୍‌. ରାମପୁର: ସାଂପ୍ରତିକ ସମାଜରେ କୁସଂସ୍କାର ବଢ଼ି ଚାଲିଛି। ମାନସିକତାର ବିକାଶ ପାଇଁ କବିତା ମନ୍ତ୍ର ହେଉ ବୋଲି ସୁବର୍ଣ୍ଣପୁର ଜିଲ୍ଲା ଏସ୍‌. ରାମପୁର ଅଡ଼ାକଷା ନିକଟସ୍ଥ ପୂଜାଡୁଙ୍ଗୁରିଠାରେ ଅନୁଷ୍ଠିତ ପଣ୍ଡକିଟାଲ ସମ୍ବାଦ ସାହିତ୍ୟଘରର ତୃତୀୟ ବାର୍ଷିକୋତ୍ସବରେ ଅତିଥିମାନେ ମତ ଦେଇଛନ୍ତି। ସାହିତ୍ୟଘର ସଭାପତି ଭିକାରି ଚରଣ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ପୂଜାଡୁଙ୍ଗୁରିର ଯଜ୍ଞକର୍ତ୍ତା ବୃନ୍ଦାବନ ବିଶ୍ବାଳ ଯୋଗଦେଇ କବିତା ଶାଣିତ ହେଲେ ସାମାଜିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି କହିଥିଲେ।

ମୁଖ୍ୟବକ୍ତା ଭାବେ ଏସ୍‌. ରାମପୁର କଲେଜର ଓଡ଼ିଆ ଅଧ୍ୟାପକ ଲିଙ୍ଗରାଜ ସାହୁ ଯୋଗଦେଇ ବାର୍ଷିକୋତ୍ସବକୁ ତ୍ରିବେଣୀ ସଙ୍ଗମ ବୋଲି ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡୁଙ୍ଗୁରିପାଲି ସାହିତ୍ୟଘର ସଭାପତି ଗୋପାଳ ବାରିକ, ସଂପାଦକ ଘନଶ୍ୟାମ ମେହେର, ବ୍ଲକ୍‌ ସଂଯୋଜକ ପବିତ୍ର ମୋହନ ପାଣ୍ଡିଆ, ଇଚ୍ଛାପୁର ସାହିତ୍ୟଘର ସଭାପତି ନାରାୟଣ ସାହୁ ଯୋଗ ଦେଇଥିଲେ। ସଂପାଦକ ହୃଷୀକେଶ ଡାଙ୍ଗ ଅତିଥି ପରିଚୟ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଡୋଳାମଣି ମହାକୁର କବିତା ସଂଯୋଜନା କରିବା ସହ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବାର୍ଷିକ ପତ୍ରିକା ‘କରାଟ’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ରସିକ ସାହୁଙ୍କୁ କରାଟ ସମ୍ମାନ, ସାମ୍ବାଦିକ ଅରକ୍ଷିତ ମହାନନ୍ଦଙ୍କୁ ମାନପତ୍ର ଓ ଟିକେଲାଲ ରାଉତଙ୍କୁ କରାଟ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏସ୍‌. ରାମପୁର ‘ସମ୍ବାଦ’ ପ୍ରତିନିଧି ଭାରତ ଭୂଷଣ ପୂଜାରୀ ଧନ୍ୟବାଦ ଦେଇଥିଲେ। କବିତା ପାଠୋତ୍ସବରେ କବି ଖଗେଶ୍ବର ସାହୁ, ଯାଜ୍ଞସେନୀ ହୋତା, ଯଶୋବନ୍ତୀ ନାଏକ, କୈଳାସ ପଧାନ, ସନ୍ତୋଷ ପଧାନ, ଘନଶ୍ୟାମ ରାଉତ, ସୁରେନ୍ଦ୍ର ପଶାୟତ, ସଚିଦା ଭୋଇ, ହରିଶ୍ଚନ୍ଦ୍ର ମାଝୀ, ଟିକେଲାଲ ରାଉତ, ଫଗୁନୁ କୁମ୍ଭାର, ଅମୂଲ୍ୟ ବେହେରା, ଦେବାଶିଷ ମହାପାତ୍ର, ସୁମନ୍ତ ଭୋଇ, ଆକାଶ ସାହୁ, ଛନ୍ଦାଚରଣ ଭୋଇ, ରାଜେଶ ପଧାନ, ଗୋକୁଲ ବିହାରୀ ଦାସ, ଚୌଧୁରୀ ତ୍ରିପାଠୀ, ସାରଥି ପଧାନ, ପ୍ରଣବ ପଧାନ, ଶିଶୁକବି ମୋହିତ ଓ ପୀୟୂଷ, ମାୟାଧର ଭୁଏ ଓ ବୀରେନ୍ଦ୍ର ମିଶ୍ର ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ପୌଲସ୍ତୀ, କପିଳେଶ୍ବର, ଟିକେଲାଲ, ପୀତବାସ, ଅନିରୁଦ୍ଧ, ବସୁଦେବ, ଭିକାରି, ବୀରେନ୍ଦ୍ର, ଜଗବନ୍ଧୁ ଓ ବିଦ୍ୟାଧର ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର