ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆମ୍ବେଦକର ଛକଠାରେ ସଡ଼କ ସପ୍ତାହ ପାଳନ ଅବସରରେ ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦୁଇ ଓ ଚାରିଚକିଆ ଯାନ ଯାଞ୍ଚ କରାଯାଇ ୬,୩୨,୬୨୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ମୋଟ ୭୫ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ମଦପିଇ ଗାଡ଼ି ଚାଳନା କରୁଥିବା ସାତ ଜଣ, ୨ ଜଣ ନାବାଳକ ଗାଡ଼ିକ ଚଳାଇବା, ଅତ୍ୟଧିକ ମାଲ ପରିବହନ ଦୁଇଟି ଗାଡ଼ି ଓ ସାତଟି ମଟରସାଇକେଲ ଜବତ କରାଯାଇଛି।

Advertisment

ଏହି ଯାଞ୍ଚରେ ଜିଲ୍ଲା ପରିବହନ ଅଧିକାରୀ ବିଜୟ ବେହୁରିଆ, ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି, ଏଏସ୍‌ଆଇ ଧନେଶ୍ୱର ମାଝୀ, ବଳଭଦ୍ର ନାଏକ, ମୋହନ ବିଳାଶ ଯାଦବ, ଲୀଳା ବାଗଙ୍କ ସମେତ ପୁଲିସ କର୍ମଚାରୀ ଓ ପରିବହନ କର୍ମଚାରୀ ସାମିଲ ହୋଇଥିଲେ।