ବରଗଡ଼: ମରୁଡ଼ି, ଚକଡ଼ା ପୋକ ଓ ଋଣ ଏ ସବୁ ନେଇ ବରଗଡ଼ର ଚାଷୀକୂଳ ମଧ୍ୟରେ ନୈରାଶ୍ୟ ଦେଖା ଦେଇଛି। ଗୋଟିଏ ପଟେ ଚାଷ ପାଇଁ ଆଣିଥିବା ଋଣ ଶୁଖି ପାରୁ ନ ଥିବା ବେଳେ ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଧାନ ଫସଲ ନଷ୍ଟ ହୋଇ ଯାଇଥିିବାରୁ ଚାଷୀ ମ୍ରିୟମାଣ ହୋଇ ପଡ଼ିଛି। ପରିସ୍ଥିତି ଏମିତି ହୋଇଛି ଯେ ସରକାରଙ୍କ ମରୁଡ଼ି ସହାୟତା ଚାଷୀଙ୍କୁ ଆଶ୍ୱସ୍ତି ଦେଇ ପାରି ନାହିଁ। ଗତ ୬ ଦିନ ମଧ୍ୟରେ ବରଗଡ଼ ଜିଲ୍ଲାର ୩ ଜଣ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି।/sambad/media/post_attachments/wp-content/uploads/2017/10/BARAGARH-SUICIDE-300x210.jpg)
ଆଜି ସକାଳେ ବରଗଡ଼ ବ୍ଲକ୍, ବରଗଡ଼ ଥାନା ଅନ୍ତର୍ଗତ ତୋରା ଗ୍ରାମର ଚାଷୀ ଅକ୍ଷୟ ଧରେଇ କୀଟ ନାଶକ ପିଇ ଦେଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଶ୍ରୀ ଧରେଇଙ୍କ ପରିବାର ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶ୍ରୀ ଧରେଇ ୮୯ ଏକର ଜମିରେ ଧାନ ଫସଲ କରିଥିଲେ। ଏଥିପାଇଁ ସେ ସୋସାଇଟିରୁ ୨ ଲକ୍ଷ ଟଙ୍କା ଋଣ ଆଣିଥିବା ବେଳେ ଳକ୍ଷାଧିକ ଟଙ୍କା ହାତ ଉଧାରି କରିଥିଲେ। ମାତ୍ର ସ୍ୱଳ୍ପ ବର୍ଷା ସାଙ୍ଗକୁ ଚକଡ଼ା ପୋକ ଲାଗି ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ତେଣୁ ଗତ କିଛି ଦିନ ହେବ ଏହାକୁ ନେଇ ଶ୍ରୀ ଧରେଇ ମାନସିକ ସ୍ତରରେ ଅସୁସ୍ଥ ଥିଲେ। ଏପରିକି ଗତ ୨୫ ତାରିଖ ଦିନ ସରକାର ମରୁଡ଼ି ସହାୟତା ରାଶି ଘୋଷଣା କଲା ପରେ ମଧ୍ୟ ସେ ଯେତିକ ଟଙ୍କା ଋଣ କରିଛନ୍ତି, ତାକୁ ଶୁଖି ପାରିବେ ନାହିଁ ବୋଲି ଘରେ କହିଥିଲେ। ଏହାପରେ ଗତକାଲି ରାତିରେ ଘରେ ଶୋଇଥିବା ଶ୍ରୀ ଧରେଇ ଆଜି ସକାଳୁ ଚାଷ ଜମିରେ ପକାଇବାକୁ ଆଣିଥିବା କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ମାତ୍ର ସେତେବେଳକୁ ଶ୍ରୀ ଧରେଇଙ୍କର ମୃତୁ ଘଟି ସାରିଥିଲା।
ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲା ଗାଏସିଲେଟ୍ ବ୍ଲକ୍ ମଲମୁଣ୍ଡା ଗ୍ରାମର ଇନ୍ଦ୍ରଜିତ ବରିହା ନାମକ ଜଣେ ଚାଷୀ ମଧ୍ୟ ଋଣଭାର ସହିତ ଫସଲ ନଷ୍ଟ ରେ ମ୍ରିୟମାଣ ହୋଇ ଗତ ବୁଧବାର ଦିନ (୨୫ ତାରିଖ) ବିଷ ପିଇ ଆତ୍ମହତ୍ୟା କରିଛନ୍ତି।
ମୃତ ଶ୍ରୀ ବରିହାଙ୍କ ପତ୍ନୀ ତୁଳସା ବରିହା କହିଛନ୍ତି ଯେ ଇନ୍ଦ୍ରଜିତ ଧାର କରଜ କରି ୫ ଏକର ଜମିରେ ଧାନ ଚାଷ କରିଥିଲେ। ମାତ୍ର ମରୁଡ଼ି ଓ ରୋଗ ପୋକ ଯୋଗୁଁ ଫସଲ ଉଜୁଡ଼ି ଯାଇଛି। ଫସଲ ଉଜୁଡ଼ି ଯାଇଥିବା ବେଳେ ଚାଷ କରିବା ପାଇଁ ଇନ୍ଦ୍ରଜିତ ପ୍ରାୟ ୧ ଲକ୍ଷ ଟଙ୍କା ହାତ ଉଧାରି ଆଣିଥିଲେ। ଯାହାକୁ ନେଇ ଇନ୍ଦ୍ରଜିତ ମାନସିକ ଭାରସାମ୍ୟ ହରାଇ ଗତ ରବିବାର ଦିନ ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ପଦ୍ମପୁର ଓ ତା ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବୁଧବାର ସକାଳେ ଇନ୍ଦ୍ରଜିତଙ୍କର ମୃତ୍ୟୁ ଘଟିଥିଲା।
ସେହିପରି ଏହି ଘଟଣାର ଦିନକ ପରେ ଅର୍ଥାତ ଗୁରୁବାର ଦିନ ପାଇକମାଳ ବ୍ଲକ୍ର ଜଳଗଡ଼ ଗ୍ରାମର ଜଗଦୀଶ ଗୁଡେ ନାମକ ଜଣେ ଚାଷୀ ଫସଲ ନଷ୍ଟରେ ମ୍ରିୟମାଣ ହୋଇ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ାର ଖରିଆର ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ସେଠାରେ ଚିକତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଋଣ ଓ ଫସଲ ନଷ୍ଟ ଚିନ୍ତା: ବରଗଡ଼ରେ ସପ୍ତାହରେ ତୃତୀୟ ଚାଷୀଙ୍କ ଆତ୍ମହତ୍ୟା
ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ ଅକ୍ଷୟ ଧରେଇ
/sambad/media/post_attachments/wp-content/uploads/2017/10/BARAGADA-FARMER-SUICIDE-CASE-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)