ତିରୁପତିରେ ହାଇଟେକ୍ ଗ୍ରୁପ୍‌ର ତୃତୀୟ ମେଡିକାଲ କଲେଜ ଓ ହସ୍ପିଟାଲ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶର ରେନିଗୁଣ୍ଠା ଜିଲ୍ଲାର ତିରୁପତି ବିମାନବନ୍ଦର ବାହାରେ ଶ୍ରୀବାଲାଜି ମେଡିକାଲ କଲେଜ ଓ ସୁପର ସ୍ପେସା‌ଲିଟି ହସ୍ପିଟାଲ ଉଦ୍‌ଘାଟିତ ହୋଇଛି। ବାତ୍ୟା ‘ନିଭାର’ ପାଇଁ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରାଜଭବନରୁ ଏହାର ଭର୍ଚୁଆଲ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ପରିଚାନଳା ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ନିର୍ଦେଶକ ରୁପେଶ ପାଣିଗ୍ରାହୀ, ରାକେଶ ପାଣିଗ୍ରାହୀ, ବିଧାୟକ ବି. ମଧୁସୂଦନ ରେଡ୍ଡୀ, ବାଲାଜୀ ହସ୍ପିଟାଲର ପରିଚାଳନା ଟ୍ରଷ୍ଟି ପ୍ରକାଶ ଲିଓମୁଥୁ, ତିରୁପତି ମନ୍ଦିରର ସିଇଓ କେ.ଏସ୍‌ ଜବହାର ରେଡ୍ଡୀ ଓ ରେନିଗୁଣ୍ଠା ଜିଲ୍ଲାପାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାରେ ହାଇଟେକ୍ ଗ୍ରୁପ୍‌ର ଭୁବନେଶ୍ବର ଓ ରାଉରକେଲାରେ ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲ ଥିବା ବେଳେ ରାଜ୍ୟ ବାହାରେ ରେନିଗୁଣ୍ଠାରେ ପ୍ରଥମ ମେଡିକାଲ କଲେଜ।

ସମ୍ବନ୍ଧିତ ଖବର